ସ୍ଥଗିତ ହେଲା ଅମରନାଥ ଯାତ୍ରା
ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ଲଗାତାର ତୃତୀୟ ଦିନ ପାଇଁ ସ୍ଥଗିତ ରହିଛି। ରାଜପଥ ମରାମତି କାର୍ଯ୍ୟ ଜାରି ରହିଥିବାରୁ ଶ୍ରଦ୍ଧାଳୁଙ୍କ କୌଣସି ନୂଆ ଦଳକୁ କାଶ୍ମୀର ଉପତ୍ୟକା ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଅନ୍ୟପକ୍ଷରେ, ଜମ୍ମୁରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ପଞ୍ଜୀକରଣ ଓ ଟୋକନ୍ ବଣ୍ଟନ କେନ୍ଦ୍ରକୁ ତାୱି ରିଭରଫ୍ରଣ୍ଟରୁ ଭଗବତୀ ନଗର ବେସ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି […]









