odisha24 Live

Latest News

Latest News

ଓଡ଼ିଶାର ପିଛା ଛାଡୁନି ବାତ୍ୟା ! 

ଭୁବନେଶ୍ବର : ଅର୍ଣ୍ଣବ, ମୁରାସୁ ପରେ ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବାତ୍ୟାର ଗତି, ପ୍ରଭାବରେ ବର୍ଷା, ପବନର ବେଗ ସ୍ପଷ୍ଟ ହୋଇନଥିବାବେଳେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତ ହେଉଛନ୍ତି । ବାତ୍ୟାର ରୂପରେଖ ସ୍ପଷ୍ଟ ହେବା ପରେ ସରକାର ନିର୍ଦ୍ଧିଷ୍ଟ ଭାବେ ପଦକ୍ଷେପ ନେବେ । କିନ୍ତୁ ଆଜି(ଶୁକ୍ରବାର) ରାଜସ୍ୱ ବିଭାଗର ଅଧିକାରୀ ଓ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ରାଜୀବ ଭବନରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜିଲ୍ଲାପାଳ ମାନେ ଭିଡିଓ କନଫରେନ୍ସିଂରେ ଯୋଗଦେବେ । ପରବର୍ତ୍ତୀ ମୁହୂର୍ତ୍ତରେ ସୂଚନା ଆଧାରରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯିବ ।ମନ୍ତ୍ରୀ କହିଛନ୍ତି, ଶୁକ୍ରବାର ୮ଟା ୩୦ରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି । ୧୫ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ୧୬ ତାରିଖରେ ବାତ୍ୟାର ରୂପ ନେଇପାରେ । କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ IMD ସ୍ପଷ୍ଟ କରିନାହିଁ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ସରକାର ପ୍ରସ୍ତୁତ ହେଉଛନ୍ତି ।

Share In Social Media
Scroll to Top