odisha24 Live

Latest News

Latest News

ପରୀକ୍ଷା କେନ୍ଦ୍ରରେ ଏନ୍‌ଟିଏର ନୂଆ ବ୍ୟବସ୍ଥା: ନିଯୁକ୍ତ ହେବେ ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ପରେ ଜାତୀୟ ପରୀକ୍ଷା ସଂସ୍ଥା (ଏନ୍‌ଟିଏ) ନିଜର ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏଣିକି ବିଭିନ୍ନ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷା ନିଶ୍ଚିତ କରିବାକୁ ପରୀକ୍ଷା କେନ୍ଦ୍ରରେ ଅବସରପ୍ରାପ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ ଅଧିକାରୀ, ଅବସରପ୍ରାପ୍ତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯିବ।


ଏଥିପାଇଁ ଏନ୍‌ଟିଏ ଦେଶବ୍ୟାପୀ ଏକ ସ୍ଥାୟୀ ପର୍ଯ୍ୟବେକ୍ଷକ ଦଳ ଗଠନ କରିବାକୁ ଯୋଜନା କରିଛି। ଏହି ଦଳରେ ଅବସରପ୍ରାପ୍ତ ସେନା ଓ ଅର୍ଦ୍ଧସାମରିକ ବାହିନୀ ଅଧିକାରୀଙ୍କ ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଧିକାରୀ ଓ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକ, ପ୍ରଫେସରଙ୍କୁ ସାମିଲ କରାଯିବ। ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀଙ୍କ ପରିଚୟ ଯାଞ୍ଚ, ଆସନ ବ୍ୟବସ୍ଥା, ପ୍ରଶ୍ନପତ୍ର ବଣ୍ଟନ ଓ ସଂଗ୍ରହ, ସିସିଟିଭି ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ।

Share In Social Media
Scroll to Top