odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର : ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁଲିସ ଠୁ ପ୍ରସାଶନ ସୁରକ୍ଷା ବ୍ୟବସ୍ଥା ସହ ଗସ୍ତକୁ ନେଇ ଟିକିନିଖି ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ଏୟାରପୋର୍ଟଠୁ ରେଳ ଷ୍ଟେସନ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଲୋକଭବନରେ କିଛି ସମୟ ବିତାଇବେ। ଏହାପରେ ସଡ଼କ ପଥରେ ଯାଇ କଟକ ଜିଲ୍ଲା ବାଆଁରା ନିକଟ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରିବେ। ୪ […]

ଦେଶ

ଥରିଲା ମିଶର ସହର

ନୂଆଦିଲ୍ଲୀ: ସୋମବାର ମିଶରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହଠାତ ଭୂମିକମ୍ପ ଯୋଗୁଁ ଘରୋ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିମି ଗଭୀରତାରେ ଥିଲା । ଇଜିପ୍ଟର ଅଧିକାରୀମାନେ ସୁଏଜ ସହରରୁ

ସଂସ୍କୃତି

ଶୋଇବା ବେଳେ ଇୟରଫୋନ୍? ସାବଧାନ!

ଶୋଇବା ବେଳେ କାନରେ ଇୟରଫୋନ୍ ଲଗାଇବା ଶ୍ରବଣ ଶକ୍ତି ହ୍ରାସ, କାନ ସଂକ୍ରମଣ ଏବଂ ନିଦ୍ରାହୀନତା ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଏହାର ମୁଖ୍ୟ କ୍ଷତିକାରକ ଦିଗଗୁଡ଼ିକ ହେଲା। ଅନେକ ଲୋକ ଭଲ ଏବଂ ଗଭୀର ନିଦ ପାଇଁ ନିୟମିତ ଭାବେ ଇୟରପ୍ଲଗ୍ ଲଗାଇ ଶୋଇଥାନ୍ତି। କିନ୍ତୁ ପ୍ରତିରାତିରେ ଅନେକ ଘଣ୍ଟା ଧରି କାନ ଭିତରେ ଇୟରପ୍ଲଗ୍ ରଖିବା ସମ୍ପୂର୍ଣ୍ଣ ସୁରକ୍ଷିତ କି? ଏହାଦ୍ୱାରା କାନ ଉପରେ କିଛି ଖରାପ ପ୍ରଭାବ ପଡ଼ିବ କି?ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ କାର୍ତ୍ତିକ

ମୁମ୍ବାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପୁଣି ଚର୍ଚ୍ଚାରେ ପଡିଛନ୍ତି । ସଲମାନ ଖାନଙ୍କ ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଦାନ କରି ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କାର୍ତ୍ତିକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିସ୍ବା ଶର୍ମା କାର୍ତ୍ତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ତ୍ତିକଙ୍କ ଉଦାର ସମର୍ଥନ ହୃଦୟସ୍ପର୍ଶୀ ଏବଂ

ଶିକ୍ଷା ଓ ନିଯୁକ୍ତି

ପିଲାଙ୍କ ପାଇଁ ଆସୁଛି ନୂଆ ବହି

ଭୁବନେଶ୍ୱର : ଓଡ଼ିଶାର ସ୍କୁଲ ପିଲାଙ୍କ ପାଇଁ ନୂଆ ପାଠ୍ୟପୁସ୍ତକ ପ୍ରଣୟନ ଏବଂ ବିବାଦୀୟ ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ତ୍ରୁଟିର ଏବେ ତର୍ଜମା ଚାଲିଛି । ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ ।

କ୍ରୀଡା

ଜାଭେଲିନରେ ଭାରତର ଯୁଗଳ ବିଜୟ

ନୂଆଦିଲ୍ଲୀ : ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଜାଭେଲିନ ଥ୍ରୋ’ରେ ଭାରତର ଯୁଗଳ ବିଜୟ ଘଟିଛି। ଏଥିରେ ତାରକା ଖେଳାଳି ନୀରଜ ଚୋପ୍ରା ରୌପ୍ୟ ପଦକ ଏବଂ ଯଶବୀର ସିଂହ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ରାଜସ୍ଥାନର ୨୫ ବର୍ଷୀୟ ଯଶ ବୀର ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହା ସହ ପ୍ରଥମ ଥର ପାଇଁ କମନୱେଲ୍ଥ ଗେମ୍ସର ପୁରୁଷ ଜାଭେଲିନ୍ ଇଭେଣ୍ଟରେ ଭାରତ ଦୁଇଟି

ରାଜନୀତି

ଅଡ଼ୁଆରେ ଫସିଲେ ପପୁ ଯାଦବ

ନୂଆଦିଲ୍ଲୀ : ସଂସଦ ଭବନ ପରିସରରେ ଗେରୁଆ ବସ୍ତ୍ର ପିନ୍ଧି ‘ଚାନ୍ଦା ଚୋରି’ ପ୍ରତିବାଦ ନାଟକ କରିବାରୁ ବିହାରର ପୂର୍ଣ୍ଣିଆ ସାଂସଦ ପପୁ ଯାଦବ ବଡ଼ ଅଡ଼ୁଆରେ ଫସିଯାଇଛନ୍ତି। ଏହି ପ୍ରତିବାଦକୁ ନେଇ ଦିଲ୍ଲୀର ଜାହାଙ୍ଗୀରପୁରୀ ଥାନାରେ ଏତଲା ଦାୟର ହୋଇଥିବାବେଳେ ସାଧୁସନ୍ଥ ଏବଂ ହିନ୍ଦୁ ସଂଗଠନମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ପପୁ ଯାଦବ ନାଟକ କରି ଭଗବାନ ବସ୍ତ୍ର, ରାମ ମନ୍ଦିରର ପ୍ରତୀକାତ୍ମକ ଦାନ ପେଟିକା ଏବଂ ଭଗବାନ ରାମଙ୍କ ସହିତ

ରାଜ୍ୟ

ବନ୍ୟା ଅବସ୍ଥାକୁ ପରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ଉପରେ ବୁଲି ସ୍ଥିତି ପରଖିଛନ୍ତି

ରାଜ୍ୟ

ଖୋଲିବ ଭିତରକନିକା

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ୩ ମାସ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ୨୦୨୬ ଅଗଷ୍ଟ ୧ (ଶନିବାର) ଠାରୁ ପୁଣିଥରେ ଖୋଲିଛି। ଏହାକୁ ନେଇ ଦେଶ ବିଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଆଗନ୍ତୁକ ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ରାଜନଗର ବନ ବିଭାଗ ପକ୍ଷରୁ ଗୁପ୍ତି, ଖୋଳା ଘାଟ ସହିତ ଜାତୀୟ ଉଦ୍ୟାନ ମୁଖ୍ୟଦ୍ୱାର ନିକଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିରରକନିକା ଜାତୀୟ ଉଦ୍ୟାନ ଭିତରେ ପ୍ରବାହିତ ନଦୀ

ପାଣିପାଗ

ଦୁର୍ବଳ ହେଲା ଲଘୁଚାପ

ଭୁବନେଶ୍ୱର : ଦୁର୍ବଳ ହୋଇ “ଅବପାତ” ରେ ପରିଣତ ହେଲା “ଗଭୀର ଅବପାତ”। କମିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ ଦକ୍ଷିଣ ମଧ୍ୟପ୍ରଦେଶ ଉପରେ ଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇଛି। ଶନିବାର ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇପାରେ। ଫଳରେ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ। ତେବେ ଏହାପରେ ପୁଣି ବର୍ଷା ପରିମାଣ ବଢିବ ବୋଲି ପୂର୍ବାନୁମାନ କରାଯାଇଛି।

Scroll to Top