
ନୂଆଦିଲ୍ଲୀ : ପଶ୍ଚିମ ସିକ୍କିମର ଗ୍ୟାଲସିଂ ଜିଲ୍ଲାରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଲଗାତାର ପ୍ରବଳ ବର୍ଷା ଯୋଗୁଁ ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗୁରୁବାର, ସେପ୍ଟେମ୍ବର ୨୪ ରାତିରେ ଘଟିଥିବା ଏହି ଭୂସ୍ଖଳନ ଯୋଗୁଁ ଅନେକ ଘର ଓ ସରକାରୀ ଆବାସ କ୍ଷତିଗ୍ରସ୍ତ ହୋଇଛି ।
ପାହାଡ଼ ଉପରୁ ବହୁ ପରିମାଣର ମାଟି, ପଥର ଓ ଆବର୍ଜନା ତଳକୁ ଖସି ଜନବସତି ଅଞ୍ଚଳକୁ ପ୍ରଭାବିତ କରିଥିଲା । ସ୍ଥାନୀୟ ରିପୋର୍ଟ ଅନୁସାରେ, ଭୂସ୍ଖଳନରେ ୩୦ରୁ ଅଧିକ ଘର ପ୍ରଭାବିତ ହୋଇଛି । ଏଥିରେ କିଛି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବା ବେଳେ ଅନ୍ୟ କେତେକ ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି ।
ଯାହା ଦ୍ୱାରା ୩୦ରୁ ଅଧିକ ଘର ଏବଂ ବହୁ ସଂଖ୍ୟକ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।





