
ଭୁବନେଶ୍ୱର : ପାଖେଇ ଆସିଲାଣି ବିବାହ ଋତୁ। ଏହା ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଆସିଲା ବଡ ଆଶ୍ୱସ୍ତି ଖବର। ଦୀର୍ଘ କିଛି ଦିନ ହେବ ଲଗାତାର ଶସ୍ତା ହେଉଛି ସୁନା। ଆଜି ଅର୍ଥାତ୍ ନଭେମ୍ବର ୧୩ରେ ମଧ୍ୟ ସୁନା ଦାମ୍ ହ୍ରାସ୍ ହୋଇଛି।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୮,୪୯୦ ଟଙ୍କା ରହିଛି।ଏଥିରେ ୧୩୧୦ ଟଙ୍କା ଶସ୍ତା ହୋଇଛି।
୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୨୬, ୯୫୦ ଟଙ୍କା ରହିଛି। ଏଥିରେ ୧୨୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୩,୮୭୦ ଟଙ୍କା ରହିଛି। ଏଥିରେ ୯୮୦ ଟଙ୍କା ଶସ୍ତା ହୋଇଛି। ସେହିପରି ଜଣାପଡ଼ିଛି ଯେ, ଲଗାତାର ୪ ଦିନରେ ୫,୬୦୦ ଟଙ୍କା କମିଛି ୨୨ କ୍ୟାରେଟ୍ ସୁନା। ୪ ଦିନରେ ୬୧୧୦ ଟଙ୍କା କମିଛି ୨୪ କ୍ୟାରେଟ ସୁନା ଦାମ୍।





