odisha24 Live

Latest News

Latest News

ଆଜି ପ୍ରବଳ ଛେଚିବ

ଭୁବନେଶ୍ୱର : ଲଗାଣ ବର୍ଷାରେ ଦୋହଲିଛି ଦକ୍ଷିଣ ଓଡ଼ିଶା। କେଉଁଠି ପାହାଡ଼ ଧସିଛି, ତ କେଉଁଠି ରାସ୍ତା ଉପରେ ଖସିଛି ବିରାଟକାୟ ପଥର। କେଉଁଠି ଗଛ ଉପୁଡ଼ି ଯୋଗାଯୋଗ ଠପ୍, ତ ଆଉ କେଉଁଠି ଘରେ ପଶିଛି ଆଣ୍ଠୁଏ ପାଣି। ଆଜି ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ।
ଆଜି ସକାଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପାଣିପାଗ ସତର୍କତା ସୂଚନା ଜାରି କରାଯାଇଛି। ସକାଳ ପ୍ରାୟ ୭ଟା ୫ ମିନିଟରେ ଜାରି ହୋଇଥିବା ଏହି ସୂଚନା ଅନୁସାରେ, ଆଗାମୀ ତିନି ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ଓ ଝଟକା ପବନ ହେବାର ପ୍ରବଳ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ବେଗରେ ଝଟକା ପବନ ବହିପାରେ। ବିଶେଷ କରି ରାଜଧାନୀ ଭୁବନେଶ୍ୱର ଓ ପୁରୀ ସହର ସମେତ ଖୋର୍ଦ୍ଧା, କଟକ ସହର ଓ କଟକ ଜିଲ୍ଲା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଭଳି ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଓ ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିପାରେ ।

Share In Social Media
Scroll to Top