odisha24 Live

Latest News

Latest News

ବର୍ଷା-ପବନକୁ ନେଇ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆଜି ସଂଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବ । ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୩ ଜିଲ୍ଲାକୁ ନେଇ ରେଡ୍ ଆଲର୍ଟ। ଉପକୂଳରୁ ଆଭ୍ୟନ୍ତରୀଣ ଯାଏଁ ସତର୍କତା ଜାରି। ରାୟଗଡ଼ାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଘନିଭୂତ ହୋଇଥିବା ଗଭୀର ଅବପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ଜୋର୍‌ ପବନ ବହୁଛି।

ବର୍ତ୍ତମାନର ପାଣିପାଗ ସ୍ଥିତି ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଏହି ଗଭୀର ଅବପାତ ଧୀରେ ଧୀରେ ଦୁର୍ବଳ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ସାଧାରଣ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଅବପାତ ଦୁର୍ବଳ ହେଲେ ମଧ୍ୟ ଆଜି ଦିନସାରା ପାଣିପାଗର ପ୍ରଭାବ ଜାରି ରହିବ। ସନ୍ଧ୍ୟା ପର୍ଯ୍ୟନ୍ତ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଭୀଷଣ ପବନ ବହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share In Social Media
Scroll to Top