odisha24 Live

Latest News

Latest News

ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ ।ମାତ୍ର ୪ ମିନିଟ୍‌ର ପ୍ରଶ୍ନକାଳ ପରେ ବିରୋଧୀଙ୍କ ହୋହଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବି କଲେ ଉପବାଚସ୍ପତି। ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି।
ଅନ୍ୟ ପଟେ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା।
‘ସ୍ୱତନ୍ତ୍ର ସଘନ ସଂଶୋଧନ ଏସଆଇଆର ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ’ ଓ ଏସ୍‌ଆଇଆର୍ କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି ଓ ଏସଆଇଆର କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ବୋଲି କହିଛନ୍ତି ନବୀନ। ଏମଏମଡିଆର ପ୍ରତ୍ୟାହାର ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସର ପ୍ରତିବାଦ ଜାରି ରହିଛି। ବିଧାନସଭା ପରିସରରେ ବ୍ୟାନର ପିନ୍ଧି କଂଗ୍ରେସ ବିଧାୟକଙ୍କ ପ୍ରତିବାଦ କରିବା ସହ ପ୍ଲାକାର୍ଡ ଓ ପୋଷ୍ଟର ଧରି ଏଜି ଛକରେ ବିଜେଡି ବିଧାୟକ ନାରାବାଜି କରିଛନ୍ତି।

Share In Social Media
Scroll to Top