odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଏସଆରଟିସିର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅନ୍ତର୍ଗତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା, ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୯୧୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ପୁରୀ ଧାମ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉଦ୍‌ଘାଟନୀ ଅଭିଭାଷଣରେ […]

ରାଜ୍ୟ

ଭୁବନେଶ୍ୱର ଡିସିପି ପଦରେ କାହାକୁ ମିଳିବ ଦାୟିତ୍ୱ? ଚର୍ଚ୍ଚାରେ ୭ ଯୁବ ଆଇପିଏସଙ୍କ ନାଁ

ଭୁବନେଶ୍ୱର : କିଏ ହେବେ ଭୁବନେଶ୍ବର ଡିସିପି। ଚର୍ଚ୍ଚାରେ ୭ ଯୁବ IPSଙ୍କ ନାଁ। ଆଗରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ରାଉରକେଲା ଏସପି ନୀତେଶ ୱଧୱାନି ବି ଚର୍ଚ୍ଚାରେ। ସରପ୍ରାଇଜ ଚେହେରା ବି ସାମ୍ନାକୁ ଆସିପାରେ। ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ ହେବା ପରେ କିଏ ହେବେ ଭୁବନେଶ୍ବରର ପରବର୍ତ୍ତୀ ଡିସିପି ତାକୁ ନେଇ ଚର୍ଚ୍ଚା। କେନ୍ଦ୍ର ସରକାର ମୀନାଙ୍କ ଇସ୍ତଫା ମଞ୍ଜୁର କରିବା ପରେ ଏବେ ଯେକୌଣସି ସମୟରେ ତାଙ୍କୁ ରିଲିଭ କରାଯାଇପାରେ। ପାର୍ବଣ

ରାଜ୍ୟ

ନିଶା କାରବାରକୁ ଲାଗିବ ଅଙ୍କୁଶ: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

ଭୁବନେଶ୍ୱର : ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯାଉଛି।ଏହି ଅଭିଯାନ ୨୧.୦୯.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ।

ରାଜ୍ୟ

ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ଯନ୍ତ୍ରୀ ଏବଂ ସମସ୍ତ ଉପବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକ ବୈଠକରେ ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଡିଜିଟାଇଜେସନ୍, ଡିଜିଟାଲ ହୁଣ୍ଡି, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନ, ଶ୍ରୀମନ୍ଦିର ପତ୍ରିକାର କାର୍ତ୍ତିକ ବିଶେଷାଙ୍କ, ଶ୍ରୀମନ୍ଦିର ସଂକ୍ରାନ୍ତ ବିଭିନ୍ନ

ରାଜ୍ୟ

ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାର ବଡ଼ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସଫଳ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି । ଏହି ଦୁଇଦିନ ମଧ୍ୟରେ ଗତକାଲି ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଲିନ୍‌ ଏନର୍ଜି ବା ସ୍ବଚ୍ଛ ଶକ୍ତି

ରାଜ୍ୟ

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ

ରାଜ୍ୟ

ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ : ପୁରୀ: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବା ସହ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ୪ ଆଶ୍ରମକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ଶେଷ ପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇବେ । ଠାକୁରେ ପାଟପତନୀ ସୁନା ହରଡ଼ମାଳ ଓ ଚୂଳ

ରାଜ୍ୟ

ପଦୋନ୍ନତି ପାଇଥିବା ୧୪ ଆଇଏଏସ୍‌ଙ୍କୁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି

ଭୁବନେଶ୍ବର: ନିକଟରେ OASରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୪ ଜଣ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୪ ଜଣ OAS ଅଧିକାରୀଙ୍କୁ ସରକାର ଗ୍ରେଡ ପଦୋନ୍ନତି ଦେଇଛନ୍ତି ।ସାଧାରଣ ପ୍ରଶାସନ

ରାଜ୍ୟ

ଓଡ଼ିଶାକୁ ସେମିକନ୍‌ ଭେଟି: ଆସିବ ୨୩,୬୦୦ କୋଟିର ନିବେଶ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହୋଇଥିବା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଦେଶୀୟ ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି । କଟକ ନରାଜ ହେବ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍। ୮୭୦ ଏକର ପରିମିତ ଜମିରେ ଏଠାରେ ‘ଓଡ଼ିଶା ସିଲିକନ୍ ଭାଲି’

ରାଜ୍ୟ

‘ତମାଖୁମୁକ୍ତ’ ହେଲା ଲୋକସେବା ଭବନ ପରିସର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ଜନସ୍ୱାସ୍ଥ୍ୟର ସୁରକ୍ଷା, ସ୍ୱଚ୍ଛ ତଥା ସୁସ୍ଥ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଏବଂ ତମାଖୁର କୁପ୍ରଭାବରୁ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟର ପ୍ରମୁଖ ପ୍ରଶାସନିକ କେନ୍ଦ୍ର ‘ଲୋକସେବା ଭବନ’ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଜାରି

Scroll to Top