odisha24 Live

Latest News

Latest News

ପାଣିପାଗ

ପାଣିପାଗ

ଅଶାନ୍ତ ହେଲାଣି ସମୁଦ୍ର, ଉପକୂଳ କୁ ବିପଦ !

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ ‘ଅର୍ଣ୍ଣବ’। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ।୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଥିବା ବେଳେ ୨୩ରୁ କନ୍ଧମାଳ, ଗଜପତି, ଗଞ୍ଜାମ […]

ପାଣିପାଗ

ସୃଷ୍ଟିହେଲା ଲଘୁଚାପ ! ଆସୁଛି ବାତ୍ୟା

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ସୃଷ୍ଟିହେଲା ଲଘୁଚାପ। ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି ଘୂର୍ଣ୍ଣିବଳୟ। ଗତକାଲି ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭୂତ ହେବ। ୨୧ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ। ପରେ ୨୨ରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବା ସମ୍ଭାବନା ରହିଛି।

ପାଣିପାଗ

ବଢ଼ିଲା ଆଶଙ୍କା : ୨୪ ଯାଏଁ ପ୍ରବଳ ବରଷିବ

ଭୁବନେଶ୍ୱର : ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରଣାଳୀଟି କ୍ରମଶଃ ଶକ୍ତିଶାଳୀ ହେବ ଏବଂ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ

ପାଣିପାଗ

ଦାନା ବାନ୍ଧୁଛି ଲଘୁଚାପ, ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲିକୁ ନେଇପାରେ ଲଘୁଚାପର ରୂପ । ୨୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା । ୨୩ କିମ୍ବା ୨୪ରେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶମୁହାଁ ହୋଇପାରେ ଏହି ଅବପାତ । ଏନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୨ ସପ୍ତାହରେ ଘୂର୍ଣ୍ଣିବଳୟ ପ୍ରଣାଳୀ ବିକଶିତ ହେବା ପାଇଁ ପରିବେଶ ଅନୁକୂଳ ରହିପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ

ପାଣିପାଗ

ପୁଣି ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର : ଉତ୍ତର ଥାଇଲାଣ୍ଡ ଉପରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ। ଯାହାଫଳରେ ପ୍ରବଳ ବରଷିବ। ଏହା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରକୁ ଗତି କରିବାର ସମ୍ଭାବନା ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉତ୍ତର, ପଶ୍ଚିମ ଓ

ପାଣିପାଗ

ପୁଣି ଡରାଇଲାଣି ବାତ୍ୟା! ୨୩ରୁ ୨୫ ଭିତରେ ଛୁଇଁପା‌ରେ ପୂର୍ବ ଉପକୂଳ

ଭୁବନେଶ୍ୱର : ପୁଣି ଥରେ ଦାନା ବାନ୍ଧୁଛି ବାତ୍ୟା । ଓଡିଶାକୁ ଘାରିଛି ବାତ୍ୟାର ଭୟ । ଭିନ୍ନ ଭିନ୍ନ ମଡେଲ ଅନେକ କଥା ଆକଳନ କରୁଛନ୍ତି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ବାତ୍ୟା ସମ୍ଭାବନାକୁ ଏଡାଇ ନାହାଁନ୍ତି । ଏହା ଭିତରେ ବାତ୍ୟାର ଗତିପଥ ନେଇ କିଛି ଖବର ଆସିଛି । ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘଣ୍ଠିବଳୟ ସୃଷ୍ଟି ହୋଇପାରେ। ଏହା

ପାଣିପାଗ

ବର୍ଷାର ଝରଣା ଧୀରେ ଧୀରେ ଥମିବ, ମୌସୁମୀ ନେବ ବିଦାୟ

ଭୁବନେଶ୍ୱର : ବର୍ଷା ଋତୁର ବିଦାୟ ସହ ଧୀରେ ଧୀରେ ଆରମ୍ଭ ହେବ ଶରତର ଆଗମନ। ଆସନ୍ତା ୧୯ ତାରିଖରୁ ଧୀରେ ଧୀରେ ପଛକୁ ଫେରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପ୍ରଥମେ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ଥିବା ନେଇ ଆଇଏମଡିର ପୂର୍ବାନୁମାନ କରିଛି ।ତେବେ ଲେଉଟାଣି ପୂର୍ବରୁ ବଙ୍ଗୋପସାଗରରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ମାସ ଶେଷ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଜାରି

ପାଣିପାଗ

ଆକାଶରେ ମେଘ , ପୁଣି ଭିଜିବ ମାଟି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଶେଷକରି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ

ପାଣିପାଗ

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଏବଂ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ୧୪ ତାରିଖ ବେଳକୁ ବର୍ଷା କମିବ। ଆଜି ଉତ୍ତର ଓ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡି଼ଶାର କିଛି ଜିଲ୍ଲାରେ ଝଡବର୍ଷା ସତର୍କତା ଜାରି କରାଯାଇଛି। ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆକଳନ କରିଛି

ପାଣିପାଗ

ବର୍ଷାକୁ ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବେହାଲ ସାରା ରାଜ୍ୟ। ଆଜି ପାଇଁ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦେଖି କଳାହାଣ୍ଡିରେ ଆଜି ବନ୍ଦ ରହିବ ଶିକ୍ଷାନୁଷ୍ଠାନ। ସେପଟେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, ବଲାଙ୍ଗିର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ଅଶାନ୍ତ ରହିବ ସମୁଦ୍ର। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ

Scroll to Top