odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ, ଶିକ୍ଷା ଓ ନିଯୁକ୍ତି

ପାଠ୍ୟପୁସ୍ତକ ତ୍ରୁଟି ମାମଲା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ । ୪ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ଓଡିଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ କାର୍ଯ୍ୟାନୁଷ୍ଠାନ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପ୍ରକାଶିତ ହୋଇଛି ଏହି ପୁସ୍ତକ । ଘରୋଇ ପ୍ରକାଶନୀ ସଂସ୍ଥାର ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା । ଦିଲ୍ଲୀପ କୁମାର ସାହୁ […]

ବାଣିଜ୍ୟ

ଫୁଡ୍ ଡେଲିଭରି ବଜାରକୁ ଆସୁଛି ଫ୍ଲିପକାର୍ଟ

ନୂଆଦିଲ୍ଲୀ : ଫ୍ଲିପକାର୍ଟ ଫୁଡ୍ ଡେଲିଭରି ବଜାରକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତି କରୁଛି।କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର ଫୁଡ୍ ଡେଲିଭରି ସେବା ଆରମ୍ଭ କରିପାରେ। ଏଥିପାଇଁ କମ୍ପାନୀ ସହରର ଅନେକ ରେଷ୍ଟୁରାଣ୍ଟକୁ ନିଜ ପ୍ଲାଟଫର୍ମ ସହ ଯୋଡିବା ମଧ୍ୟ ଆରମ୍ଭ କରିଦେଇଛି।ସୂଚନା ଅନୁଯାୟୀ, ଫ୍ଲିପକାର୍ଟର ଏହି ପ୍ରବେଶ ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଭାରତୀୟ ଫୁଡ୍ ଡେଲିଭରି ବଜାରରେ ଏପର୍ଯ୍ୟନ୍ତ ‘ଜୋମାଟୋ’ ଏବଂ ‘ସ୍ୱିଗୀ’ର ପ୍ରଭାବ ରହିଆସିଛି । ତଥାପି,

ରାଜ୍ୟ, ସଂସ୍କୃତି

ଖୁବଶୀଘ୍ର ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବ

ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରୀମନ୍ଦିର

କ୍ରୀଡା

ହାର୍ଦ୍ଦିକଙ୍କ ନୂଆ ଲୁକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ ପଡିଛନ୍ତି । ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ ସମୟରେ ସେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ମହିକା ଶର୍ମା ମଧ୍ୟ ଥିଲେ।ସୂଚନା ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଦିରର ‘ସୁପ୍ରଭାତମ ସେବା’ରେ ସାମିଲ ହୋଇଥିଲେ। ମନ୍ଦିର ଦର୍ଶନ ସମୟର ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।ହାର୍ଦ୍ଦିକ କାହିଁକି

ବାସ୍ତୁ ଓ ରାଶିଫଳ

ସାବଧାନ ! ଘରେ ଚପଲ ପିନ୍ଧୁଛନ୍ତି କି ?

ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।ମା’ ଲକ୍ଷ୍ମୀ କ’ଣ ପାଇଁ ହୋଇଯାଆନ୍ତି ନାରାଜ:- ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ରର ପ୍ରଭାବ ସିଧା ଆମର ଜୀବନ ଉପରେ ପଡ଼ିଥାଏ । ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖିବା

ବାସ୍ତୁ ଓ ରାଶିଫଳ

କାହିଁକି ପବିତ୍ର ଶ୍ରାବଣ ମାସ?

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ମହତ୍ତ୍ୱ ଅତ୍ୟନ୍ତ ସ୍ୱତନ୍ତ୍ର। ଯାହା ମୁଖ୍ୟତଃ ଭଗବାନ ଶିବଙ୍କ ପୂଜା, ସୋମବାର ବ୍ରତ ଏବଂ କାଉଡ଼ିଆ ଯାତ୍ରା ପାଇଁ ପ୍ରସିଦ୍ଧ। ଏହି ମାସରେ ଭକ୍ତମାନେ ଶିବଙ୍କ ଆରାଧନା, ଜଳାଭିଷେକ ଏବଂ ବ୍ରତ ପାଳନ କରି ତାଙ୍କର ଆଶୀର୍ବାଦ କାମନା କରନ୍ତି । ବିଶେଷକରି ଶ୍ରାବଣ ସୋମବାର ବ୍ରତର ଧାର୍ମିକ ମହତ୍ତ୍ୱ ଅଧିକ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ, ଏହି ବ୍ରତ ନିଷ୍ଠାର ସହ ପାଳନ କରି ବ୍ରତ କଥା ଶ୍ରବଣ

ରାଜନୀତି

ତସଲିମାଙ୍କ ବୟାନକୁ ନେଇ ଚର୍ଚ୍ଚା

କୋଲକାତା : ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ ମନ୍ତବ୍ୟ ଦେଇଛନ୍ତି, ‘ଗୋଟିଏ ସରକାର ମୋତେ ଦେଶ ଛାଡିବାକୁ ବାଧ୍ୟ କରିଥିଲା, ଆଉ ଏକ ସରକାର ମୋତେ ଫେରିବାକୁ ଦେଇ ନଥିଲା, ଏବଂ ତୃତୀୟ ମୋତେ ସ୍ବାଗତ କରିଛି। ମୁଁ ଖୁସି।’ତସଲିମା କହିଛନ୍ତି, ‘ମୋ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ ଯେ

ବିଦେଶ

ଟ୍ରମ୍ପ ଅଟକାଇଲେ ଇରାନ ଆକ୍ରମଣ

ୱାଶିଂଟନ: ଇରାନ ଉପରେ ବଡ଼ ଆକ୍ରମଣ ଯୋଜନାରୁ ଓହରି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ସାଉଦି ଆରବ, ୟୁଏଇ, କତାର ଓ ଇରାନ ସହିତ କୂଟନୀତିକ ପ୍ରୟାସ ଯୋଗୁ ଇରାନ ଉପରେ ଆକ୍ରମଣ ବନ୍ଦ କରିବାକୁ ବାଧ୍ୟ କରିଥିଲା । ମୁଖ୍ୟ ଗଲ୍ଫ ଦେଶଗୁଡ଼ିକର ଯୋଗାଯୋଗ ପରେ ଆମେରିକୀୟ ସାମରିକ ଆକ୍ରମଣ ବନ୍ଦ କରିବା ପରେ ଏହା ଏକ ନୂତନ କୂଟନୀତିକ ପ୍ରୟାସକୁ ସଙ୍କେତ କରୁଛି । ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି,

ସଂସ୍କୃତି

ଲିଙ୍ଗରାଜଙ୍କ ନୀତିରେ ବାଧା

ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବ୍ୟାଘାତ ସୃଷ୍ଟି ହୋଇଛି ।ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା ସୂଚନାରୁ ଜଣାପଡ଼ିଛି। ମନ୍ଦିରର ପୂଜାପଣ୍ଡା ସେବାୟତ ଏବଂ ବଡୁ ସେବାୟତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଅସନ୍ତୋଷ ଲାଗି ରହିଥିଲା। ଶ୍ରାବଣ ସୋମବାର ଭଳି ସ୍ବତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦିନରେ ମନ୍ଦିରକୁ ଆସୁଥିବା ଦାନ ଟଙ୍କା ଏବଂ ବିଭିନ୍ନ ପୂଜାନୀତିରୁ ମିଳୁଥିବା ପାଉଣା

ପାଣିପାଗ

ଆସୁଛି କାଳବୈଶାଖୀ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିବ । ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, କଟକ, ଯାଜପୁର ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇଛି ।

Scroll to Top