odisha24 Live

Latest News

Latest News

ଅପରାଧ

ଅପରାଧ

ରକ୍ଷକ ସାଜିଲା ଭକ୍ଷକ ! ନିଜ ସନ୍ତାନ ପାଇଁ ସାଜିଲା ରାକ୍ଷସ!

ବ୍ରହ୍ମପୁର: ବ୍ରହ୍ମପୁରରେ ଲଜ୍ଜା । ଯେଉଁ ବାପା ନିଜ ଝିଅମାନଙ୍କୁ ସୁରକ୍ଷା ଦେବା କଥା, ସେହି ବାପାଙ୍କ ନାଁରେ ଆସିଛି ଦୁଷ୍କର୍ମ ଭଳି ସାଂଘାତିକ ଅଭିଯୋଗ। ନ୍ୟାୟ ପାଇଁ ଏବେ ଗୁହାରି କରୁଛନ୍ତି ଦୁଇ ଝିଅ। ଏପରିକି ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଜରିଆରେ ଚେତାବନୀ ଦେଇଛନ୍ତି । ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କିଛି ମାସ ପୂର୍ବରୁ ଥାନାରେ

ଅପରାଧ

ପୂର୍ବ ଶତ୍ରୁତାରୁ ସରପଞ୍ଚ ଚାମେଲିଙ୍କ ପରିବାର ଉପରେ ସଂଘାତିକ ଆକ୍ରମଣ, ୩ ଆହତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ପରିବାର ଉପରେ ରବିବାର ରାତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ଘଟିଥିବା ଏହି ହିଂସାକାଣ୍ଡରେ ଚାମେଲୀଙ୍କ ବାପା, ଭାଇ ଏବଂ ଜଣେ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ପଞ୍ଚାୟତର କିଛି

ଅପରାଧ

ଭିଜିଲାନ୍ସ ହାତରେ ଧରା ପଡିଲେ ବଲାଙ୍ଗିର ସରକାରୀ ବାବୁ

ଭୁବନେଶ୍ୱର : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବଲାଙ୍ଗିର ସରକାରୀ ଆଇଟିଆଇ କଲେଜ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା। ତିରିଶ ହଜାର ଟଙ୍କା ନେଉଥିବା ବେଳେ ରଙ୍ଗେହାତ ଧରାପଡିଛନ୍ତି । କଲେଜର ଗେଷ୍ଟ ଇନଷ୍ଟ୍ରକ୍ଟର ମାନଙ୍କର ଚାକିରି ବଜାୟ ରଖିବା ଏବଂ ନିୟମିତ ଦରମା କରାଇଦେବା ପାଇଁ ସେ ଲାଞ୍ଚ ଦାବି କରିଥିଲେ। କଲେଜର ୯ ଜଣ ଗେଷ୍ଟ ଇନଷ୍ଟ୍ରକ୍ଟରଙ୍କଠାରୁ ମୋଟ ୧,୧୫,୦୦୦ ଟଙ୍କା ଦାବି କରିଥିଲେ ଏବଂ ଟଙ୍କା ନଦେଲେ ଚାକିରିରୁ

ଅପରାଧ

କାର୍ଯ୍ୟରେ ଅବହେଳା ଯୋଗୁ ନିଲମ୍ବିତ ହେଲେ ବିଡିଓ

କଣ୍ଟାମାଳ: ବୌଦ୍ଧ ଜିଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କଡ଼ା ଆକ୍ସନ ନିଆଯାଇଛି। ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ନିର୍ଦ୍ଦେଶ ସହ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବନ ଅବଧିରେ ସମ୍ବଲପୁର ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ରହିବେ। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରାଧ

ଚାକିରି ଜୀବନ ଆରମ୍ଭରୁ ଦୁର୍ନୀତି

ଜମି ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମହିଳା ଅଧିକାରୀଙ୍କୁ ପଡ଼ିଛି ଭାରି। ସାଧାରଣ ଲୋକଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ସବ୍‌ରେଜିଷ୍ଟ୍ରାର୍‌ ମନୀଷା ମିଶ୍ର। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେ ବର୍ତ୍ତମାନ ନିଜ ଚାକିରିର ପ୍ରୋବେଶନ ପିରିୟଡ୍‌ ସମୟରେ ଥିଲେ। ଚାକିରି ଆରମ୍ଭରୁ ହିଁ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ,

ଅପରାଧ

ପୁଲିସ ବାବୁଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର : ସମ୍ୱଲପୁର ଜିଲା ମହୁଲପାଲି ଥାନାର ସବ-ଇନ୍ସପେକ୍ଟର (ଏସଆଇ) ସୁଜିତ କୁମାର ମହନ୍ତ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମହୁଲପାଲି ଥାନାରେ ଅଭିଯୋଗକାରୀଙ୍କ୍ ନାମରେ ଥିବା ଏକ ମିସଲେନିଅସ ମାମଲାର ରଫାଦଫା କରିବା ପାଇଁ ଅଭିଯୁକ୍ତ ଏସଆଇ ଜଣକ ଏହି ଲାଞ୍ଚ ଦାବି କରିଥିଲେ । ଭିଜିଲାନ୍ସ ବିଭାଗରୁ ଏସଆଇ ସୁଜିତ ମହାନ୍ତ, ଅଭିଯୋଗକାରୀଙ୍କୁ ଥାନା ବାହାରେ ଏକ ନିଛାଟିଆ ସ୍ଥାନକୁ ଲାଞ୍ଚ ଦେବା

ରାଜନୀତି, ଅପରାଧ

ସିଆରପିଏଫ ଯବାନଙ୍କ ସହ ପହଞ୍ଚିଲା ଟିମ୍

ପଞ୍ଜାବ : ପଞ୍ଜାବ ମୋଗାରେ ଆମ୍ ଆଦମୀ ପାର୍ଟି ବିଧାୟିକା ଡକ୍ଟର ଅମନଦୀପ କୌର ଅରୋରାଙ୍କ ଘରେ ଇଡ଼ି ଚଢ଼ଉ କରିଛି । ବୁଧବାର ସକାଳେ ଇଡ଼ିର ଏକ ଟିମ୍ ସିଆରପିଏଫ ଯବାନଙ୍କ ସହ ମୋଗା-ଲୁଧିଆନା ରୋଡରେ ଥିବା ତାଙ୍କ ବାସଭବନ ଓ ଫ୍ଲାଟରେ ତଲାସୀ ଆରମ୍ଭ କରିଛି । ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆପ ଅମନଦୀପ କୌରଙ୍କୁ ପୁଣିଥରେ ପ୍ରାର୍ଥୀ ଘୋଷଣା କରିଛି । ସୂଚନା ଅନୁସାରେ, ଇଡି ଟିମ୍ ଭୋର ସମୟରେ

ଅପରାଧ

ଟ୍ରଲି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର : ଦାମୀ କାର ସହ ଟ୍ରଲି ବ୍ୟାଗ୍‌ରେ ନେଉଥିଲେ ଗଞ୍ଜେଇ । ଟ୍ରେନରେ ବିହାର ଯିବା ପୁର୍ବରୁ ୩ ଆନ୍ତରାଜ୍ୟ ଗଂଜେଇ ବେପାରୀ ଗିରଫ । ୪୬ କିଲୋ ଗଞ୍ଜେଇ ସହ ରେଳ ଷ୍ଟେସନ ନିକଟରୁ ଧରାପଡିଲେ ତିନି ବିହାରୀ ଯୁବକ ଗିରଫ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରୁ କାରରେ ଟ୍ରଲିଂ ବ୍ୟାଗରେ ଗଂଜେଇ ଭରି ସଇଁତଳା ରେଲୱେ ଷ୍ଟେସନକୁ ଯାଉଥିଲେ। ସରକାରୀ ବସ ଷ୍ଟାଣ୍ଡ ପାଖରେ ଯାଂଚ ସମୟରେ ଧରାପଡିଥିଲେ ।

ଅପରାଧ

ଜାମିନ ଖାରଜ ପରେ ଶେଷରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ ପଣ୍ଡା

ପାରଳାଖେମୁଣ୍ଡି: ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶେଷରେ ଆତ୍ମସମର୍ପଣ କରିଛନ୍ତି ସ୍ତ୍ରୀ ତଥା ମାମଲାର ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡା। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ପରେ ସେ ଆତ୍ମସମର୍ପଣ କରିଛନ୍ତି। ପ୍ରକାଶ ଯେ, ୨୦୨୧ରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ଅପରାଧ

ଚୋରି ଗ୍ୟାଙ୍ଗ୍ ଠାବ

ଭୁବନେଶ୍ୱର : ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏକ ବଡ଼ ରାକେଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ତମଣ୍ଡୋ ଥାନା ପୋଲିସ ଆଜି ଇନଫୋଭ୍ୟାଲିରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ତୁଷାର ରଞ୍ଜନ ବାରିକ ଓ ତାର ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଘରୋଇ ଓ ବ୍ୟବସାୟିକ ବିଭିନ୍ନ ବ୍ରାଣ୍ଡ୍‌ର ୭୦ଟି ଚୋରା ଗ୍ୟାସ୍ ସିଲିଣ୍ଡର, ଅପରାଧରେ ବ୍ୟବହୃତ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ସହଯୋଗୀମାନେ ହେଲେ

Scroll to Top