odisha24 Live

Latest News

Latest News

ଟ୍ରମ୍ପ-ଜିନ୍‌ପିଙ୍ଗ୍ ବୈଠକ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବା ନେଇ ଆଲୋଚନା

ୱାଶିଂଟନ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ତିନିଦିନିଆ ଆମେରିକା ଗସ୍ତ ଶେଷ ହୋଇଛି । ଏହି ରହଣି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହୋଇଥିବା ଆଲୋଚନା ଚୀନ ଓ ଆମେରିକାର ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ସେ ବିଶ୍ବାସ ରଖିଛନ୍ତି । ଏହା ସହିତ ସେ ଉଭୟ ଦେଶର ଉଜ୍ଜ୍ବଳ ଭବିଷ୍ୟତର କାମନା କରିଛନ୍ତି ।

ଶୁକ୍ରବାର ସକାଳେ ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗ ଶୁ୍କ୍ରବାର ହ୍ବାଇଟ୍ ହାଉସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି “ଏହି ଗସ୍ତ ସମୟରେ ଆମେରିକା ଓ ଚୀନର ସମ୍ପର୍କରେ ଯଥେଷ୍ଟ ଅଗ୍ରଗତି ଦେଖିବାକୁ ମିଳିଛି । ଯାହା ଆମେରିକୀୟ ଚାଷୀମାନଙ୍କୁ “ଅତ୍ୟନ୍ତ ଖୁସି” କରିବ ।”

ଚୀନ ରାଷ୍ଟ୍ରପତି ଗତ ବୁଧବାର ଆମେରିକାରେ ତିନିଦିନିଆ ଗସ୍ତରେ ପହଞ୍ଚିଥିଲେ । ଗୁରୁବାର ଟ୍ରମ୍ପ ଏବଂ ଜିନପିଙ୍ଗ, 2 ଘଣ୍ଟା ଧରି ହ୍ବାଇଟ୍ ହାଉସ୍‌ରେ ଆଲୋଚନା କରିଥିଲେ । ଏହା ପରେ ଚୀନ ରାଷ୍ଟ୍ରପତିଙ୍କ ପାଇଁ ଏକ ଭବ୍ୟ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା । ସେଠାରେ ମଧ୍ୟ ଉଭୟ ରାଷ୍ଟ୍ରମୁଖ୍ୟ ବିଭିନ୍ନ ଦିଗରେ ଆଲୋଚନା କରିଥିଲେ ।

ଏହି ବୈଠକଗୁଡ଼ିକ ସମ୍ପର୍କରେ ଚୀନ୍ ପକ୍ଷରୁ ଏକ ବିବରଣୀ ଜାରି କରାଯାଇଛି । ଉଭୟ ପକ୍ଷର ଅର୍ଥନୀତି ଓ ବାଣିଜ୍ୟ ଦଳ ଏକ ନୂତନ ମିଳିତ ବ୍ୟବସ୍ଥା ଉପରେ ସହମତ ହୋଇଛନ୍ତି । ଏହା ଉଭୟ ଦେଶର ଶିଳ୍ପ ଓ ଜନସାଧାରଣ ତଥା ବିଶ୍ୱ ଅର୍ଥନୀତି ପାଇଁ ମଧ୍ୟ ଏକ ଭଲ ଖବର ବୋଲି କୁହାଯାଇଛି ।

Share In Social Media
Scroll to Top