odisha24 Live

Latest News

Latest News

Author name: RatnaManjari Mohanty

କ୍ରୀଡା

ସାମ୍ନାସାମ୍ନି ଯଶସ୍ବୀ-ଫର୍ଣ୍ଣାଣ୍ଡୋ

କଲମ୍ବୋ : ରବିବାର ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ ବାମହାତୀ ଭାରତୀୟ ଓପନର ଜୟସୱାଲଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ତାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଅସିଥାଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି ମଧ୍ୟ କଟାଯିବ । ତେବେ ମ୍ୟାଚ୍ ଫି କମ୍ ଥିବାରୁ ତାଙ୍କ ଟଙ୍କା କମ୍ କଟାଯିବ । ଉଭୟଙ୍କୁ […]

ଦେଶ

ବର୍ଷା ଯୋଗୁ ବିମାନ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ରାଜଧାନୀରେ ଲାଗି ରହିଥିବା ବର୍ଷା କାରଣରୁ ଜନଜୀବନ ହନ୍ତସନ୍ତ।ଖରାପ ପାଗ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସୋମବାର ଦିନ ପ୍ରଭାବିତ ହୋଇଛି । ସୋମବାର ଦିନ ଦିଲ୍ଲୀ ଏବଂ ଏନସିଆରରେ ବର୍ଷା ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହି ପୂର୍ବାନୁମାନ ପରେ, ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ସମେତ ସମଗ୍ର ଏନସିଆରରେ ପ୍ରବଳ ବର୍ଷା ହୋଇଥିଲା। ଦିଲ୍ଲୀରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା

ଅପରାଧ

ବିଏମସି ଜାଲରେ ମିଠା ଦୋକାନ

ଭୁବନେଶ୍ୱର : ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ନକଲି ଛେନା ଓ ପନିର ମିଶ୍ରଣ କରି ମିଠା ପ୍ରସ୍ତୁତ ହେଉଥିବା ସନ୍ଦେହରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହି ଯାଞ୍ଚ କରିଛନ୍ତି । ଆଗକୁ ରାଖି ପୂର୍ଣ୍ଣିମା ଥିବାରୁ ବଜାରରେ ମିଠାର ଚାହିଦା ବଢ଼ିବ । ଏହାର ସୁଯୋଗ ନେଇ ଯେପରି ନକଲି ଓ ଅପମିଶ୍ରିତ ମିଠା ବିକ୍ରି ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି ।ଗତ

ରାଜ୍ୟ

ଆରମ୍ଭ ହେଲା ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଓଡ଼ିଶାରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ଲୋକେ ସେମାନଙ୍କର ଅଭିଯୋଗ ସିଧାସଳଖ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛନ୍ତି। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁରେଶ ପୂଜାରୀ ଓ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ

ଅପରାଧ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଜଗତସିଂହପୁର : ଦୁର୍ନୀତି ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ଘରେ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁ ଘରେ ଚଢ଼ାଉ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତତ୍କାଳୀନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜ କିଶୋର ବେହେରା, ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ପ୍ରଦୀପ୍ତ କୁମାର ମଲ୍ଲିକ ୨୦୧୧-୧୨ ଏବଂ ୨୦୨୧-୨୨ରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା ।ତାଙ୍କ

ରାଜ୍ୟ

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଦେଶରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ‘ୱାନ୍ ନେସନ୍, ୱାନ୍ ହେଲଥ୍’ ବା ‘ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା’। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଭାରତରେ ଏହି ବ୍ୟବସ୍ଥା ଲାଗୁ କରାଯିବ ଏବଂ ଓଡ଼ିଶାରେ ମଧ୍ୟ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଫିସର ସର୍ଭିସ ଆସୋସିଏଶନର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଲେ,

ବିଦେଶ

ମୃତ୍ୟୁର ତାଣ୍ଡବ ରଚିଲା ଭୂସ୍ଖଳନ

ଆଫ୍ରିକା : ପଶ୍ଚିମ ଆଫ୍ରିକୀୟ ଦେଶ ଗିନିର ରାଜଧାନୀ କୋନାକ୍ରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଏକ ଅଳିଆ ପାହାଡ଼ ଧସି ପଡ଼ିବାରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା କୋନାକ୍ରିର ସବୁଠାରୁ ବଡ଼ ଲ୍ୟାଣ୍ଡଫିଲ୍ ଦାର୍ ଏସ୍ ସଲାମରେ ଘଟିଛି। ରିପୋର୍ଟ ଅନୁସାରେ ଅନେକ ଲୋକ ଏବେ ବି ପୋତି ହୋଇ ରହିଛନ୍ତି। ସେମାନଙ୍କୁ ବାହାର କରିବା ପାଇଁ ସରକାର ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ରିପୋର୍ଟ ଅନୁସାରେ, ରବିବାର ଭୋର

ଦେଶ

ନିଆଁରେ ଜଳିଲା ହସ୍ପିଟାଲ, ରୋଗୀଙ୍କ ମଧ୍ୟରେ ହାହାକାର

ମୁମ୍ବାଇ : ସୋମବାର ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀ ସରକାରୀ ମହିଳା ହସ୍ପିଟାଲର ନବଜାତ ଶିଶୁ ବିଭାଗରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୋଡ଼ି ଯାଇ ୩ ନିରୀହ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। ଭୋର ୩ଟା ୩୦ରେ ନବଜାତ

ପାଣିପାଗ

୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ବର୍ଷାରେ ଭିଜୁଛି ଓଡିଶା । କିଛି ଜିଲ୍ଲାରେ ସ୍ୱାଭାବିକଠାରୁ ବହୁ ଅଧିକ ବର୍ଷା ରେକର୍ଡ ହୋଇଛି । ବିଶେଷ କରି ବୌଦ୍ଧ ଓ ବରଗଡରେ ବର୍ଷାର ପରିମାଣ ଚିନ୍ତା ବଢାଇଛି । ପ୍ରବଳ ବର୍ଷା ପାଇଁ ୧୮ ଜିଲ୍ଲାକୁ ଅରେଞ୍ଜ ଓ ପ୍ରବଳ ବର୍ଷା ପାଇଁ ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ସାଧାରଣ ଦିନ ରହିବ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିଲେ ମଧ୍ୟ ପରିଶ୍ରମର ଭଲ ଫଳ ମିଳିବ । ବ୍ୟବସାୟ ବିସ୍ତାର ପାଇଁ ଯୋଜନା କରିପାରନ୍ତି, ତେବେ ନୂଆ ପ୍ରକଳ୍ପ ଆରମ୍ଭରେ ସତର୍କ ରୁହନ୍ତୁ । ଲେଖାଲେଖି ଓ ସୃଜନଶୀଳ କାମ ପାଇଁ ଦିନଟି ଭଲ । ଅଧିକ କାମ ଯୋଗୁଁ ଥକାପଣ ହୋଇପାରେ । ଘର କିମ୍ବା କାର୍ଯ୍ୟସ୍ଥଳରେ ମତଭେଦକୁ ଏଡ଼ାନ୍ତୁ । ଯୁକ୍ତିତର୍କରୁ ଦୂରେଇ ରହି ସ୍ୱାସ୍ଥ୍ୟ

Scroll to Top