odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଜାମୁକୋଳି ଲାଭଦାୟକ

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳୀରେ ଭରପୁର ମାତ୍ରାରେ ମିଳେ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ବ୍ଲାକବେରି, ବା ଡାଇବେଟିକ ବଟି କୁହାଯାଇଥାଏ । ଏହାକୁ ଖାଇବା ଦ୍ୱାରା ଆମର ଶରୀରର ଖୁବ ଉପକାର ହେଇଥାଏ । ବିଭିନ୍ନ ରୋଗରୁ ମଧ୍ୟ ଉପଶମ ମିଳିଥାଏ । ବର୍ଷି ଦିନିଆ ପେଟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ । […]

ସଂସ୍କୃତି

ପୁତ୍ରଦା ଏକାଦଶୀ ବ୍ରତ କଣ

ରବିବାର ପାଳନ ହେଉଛି ଶ୍ରାବଣ ମାସର ଶୁକ୍ଳପକ୍ଷର ପୁତ୍ରଦା ଏକାଦଶୀ । ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ସନ୍ତାନଙ୍କ ମଙ୍ଗଳ, ପରିବାରର ସୁଖ-ସମୃଦ୍ଧି ଓ ମନୋକାମନା ପୂରଣ ପାଇଁ ଏହି ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି ।ଧାର୍ମିକ ମାନ୍ୟତା ଅନୁଯାୟୀ, ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହି ବ୍ରତ ଅତ୍ୟନ୍ତ ଫଳଦାୟୀ । ଶ୍ରାବଣ ମାସରେ ଭଗବାନ ଶିବଙ୍କ ସହ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ୱାରା ପୂର୍ବଜନ୍ମର ପାପ ନଷ୍ଟ

ମନୋରଞ୍ଜନ

ପୁଣି ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ ଖୋଲାଖୋଲି ନିଜର ମତ ପ୍ରକାଶ କରନ୍ତି ଯାହା ଫଳରେ ଟ୍ରୋଲର ଶିକାର ହୋଇଥାନ୍ତି।ଏବେ ସେ କରିସ୍ମା କପୁରଙ୍କ ବିଷୟରେ ଏମିତି କିଛି କହିଛନ୍ତି, ଯାହାକୁ କେହି ପ୍ରଥମେ ବିଶ୍ୱାସ କରିବେ ନାହିଁ। କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ହଳଦିଆ

ବାଣିଜ୍ୟ

ଦୌଡୁଛି ସୁନା-ରୁପା

ନୂଆଦିଲ୍ଲୀ : ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଯଦିଓ, ଯେଉଁମାନେ ପୂର୍ବରୁ ସୁନା ଏବଂ ରୂପାରେ ନିବେଶ କରିଛନ୍ତି, ସେମାନଙ୍କ ପାଇଁ ଏହି ବୃଦ୍ଧି ଏକ ଭଲ ଖବର। ଅଗଷ୍ଟ ମାସରେ ସୁନା ଓ ରୂପାର ଦାମରେ ହଠାତ୍ ଦ୍ରୁତ ଗତିରେ ବୃଦ୍ଧି ଦେଖିବାକୁ ମିଳିଛି। ରେକର୍ଡ ଅନୁଯାୟୀ, ଏହି ମାସରେ ସୁନାର ମୂଲ୍ୟ ପ୍ରାୟ ୯ ହଜାର ଟଙ୍କା ବୃଦ୍ଧି ପାଇ

ଶିକ୍ଷା ଓ ନିଯୁକ୍ତି

ବିଏଚଇଏଲ ରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ : ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ପ୍ରାୟତଃ ଅନେକ ବ୍ୟକ୍ତି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖନ୍ତି । ସେହି ସ୍ୱପ୍ନ ପୂରଣ କରିବା ପାଇଁ ବିଭିନ୍ନ ନିଯୁକ୍ତି ଅଭିଯାନ ପାଇଁ ଅପେକ୍ଷା କରନ୍ତି। ଲିଖିତ ପରୀକ୍ଷା ବିନା ସିଧାସଳଖ ଚାକିରି ପାଇବାଠାରୁ ଭଲ କ’ଣ ହୋଇପାରେ? ଯଦି ଆପଣ ମଧ୍ୟ ସରକାରୀ ଚାକିରି ପାଇବାକୁ ଚାହାଁନ୍ତି, ତେବେ ଆପଣ ବିଏଚଇଏଲ ର ଟ୍ରାନ୍ସମିସନ୍ ବ୍ୟବସାୟ ଗ୍ରୁପ୍ ଦ୍ୱାରା ଘୋଷଣା କରାଯାଇଥିବା ନିଯୁକ୍ତି ପାଇଁ

କ୍ରୀଡା

ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ କଲୋମ୍ବୋର ସିଂହଳୀ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ୩ ବର୍ଷ ପରେ ପ୍ରଥମ ବିଦେଶ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ । ଗଲ୍ ରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ୧୬୫ ରନ୍ ରେ ଜିତି ଶୁବମନ ଗିଲଙ୍କ ଯୁବ ବାହିନୀ ୧-୦ରେ ଆଗୁଆ ରହିଛି । ସେହି ଦୃଷ୍ଟିରୁ

ଅପରାଧ

ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ

ଭଦ୍ରକ: ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, ତିହିଡି ବ୍ଲକ ବଉଳପାଳ ଗ୍ରାମର ମାୟାଧର ସେଠୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସହ ଏକାଧିକ ଇଞ୍ଜେକ୍ସନ୍‌ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ରାଜ୍ୟ

ମଝି ଦରିଆରେ ହଜିଗଲା ଜାହାଜ

ପାରାଦୀପ : ଲୁହା ପଥର ବୋଝେଇ କରି ଯାଉଥିବା ବେଳେ ମଝି ଦରିଆରେ ବୁଡିଗଲା ଜାହାଜ। ଯେଉଁଥିରେ ୨୪ ଜଣ ନାବୀକ ଥିଲେ। ଏନେଇ ଆଜି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରାଥମିକ ସୂଚନା ଅନୁସାରେ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା

ସଂସ୍କୃତି

ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଆରମ୍ଭ

ପୁରୀ : ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜି ଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଏହି ପର୍ବ ପାଳନ କରାଯାଇଥାଏ । ସମଗ୍ର ମୁକ୍ତି ମଣ୍ଡପକୁ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା କାର୍ଯ୍ୟରେ କାଠ ନିର୍ମିତ ଝୁଲା ସଜାଯାଇ ଏକ କୁଞ୍ଜ ନିର୍ମାଣ କରାଯିବ । ଏହି କୁଞ୍ଜକୁ

ଦେଶ

ମୁମ୍ବାଇରେ ବଡ଼ ଅଘଟଣ

ମୁମ୍ବାଇ : ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି । ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା, ଯେତେବେଳେ ‘ଭୁଲେଶ୍ୱର ଚା ରାଜା’ ମିତ୍ର ମଣ୍ଡଳର ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ଏକ ଶୋଭାଯାତ୍ରା ସମୟରେ ଭୁଲେଶ୍ୱରରେ ଭୁଶୁଡ଼ି ପଡ଼ିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ମୂର୍ତ୍ତି ଆଗମନ ଉତ୍ସବ ସମୟରେ

Scroll to Top