odisha24 Live

Latest News

Latest News

ରେଳଯାତ୍ରୀଙ୍କ ପାଇଁ ବଡ଼ ଖବର : ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର : କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା ଡିଭିଜନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଅକ୍ଟୋବର ୧୩ରୁ ୨୨ ଯାଏ ଅନେକ ଏକ୍ସପ୍ରେସ୍‌ ଓ ପ୍ୟାସେଞ୍ଜର ବାତିଲ କରାଯାଇ ଚଳାଚଳ ପଥ ମଧ୍ୟ ସଂକ୍ଷିପ୍ତ କରାଯାଇଛି। ବୁଲେଟିନ ନଂ.୧୦ ଅନୁଯାୟୀ, ଏହି ସମୟ ମଧ୍ୟରେ ୪ ଏକ୍ସପ୍ରେସ ବାତିଲ ରହିବ।

ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସ(୧୮୫୧୫) ଓ କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ(୧୮୫୧୬) ଅକ୍ଟୋବର ୧୩ରୁ ୨୦ ଯାଏ ବାତିଲ ରହିବ। ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ଅକ୍ଟୋବର ୧୩ରୁ ୨୦ ଯାଏ ଓ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ଅକ୍ଟୋବର ୧୪ରୁ ୨୧ ଯାଏ ବାତିଲ ରହିବ। ଏହି ବାଧା ଯୋଗୁ ଅନ୍ୟ କେତେକ ଟ୍ରେନ ସଂକ୍ଷିପ୍ତ ପଥରେ ଚଳାଚଳ କରିବ। ହାୱଡା-ଜଗଦଲପୁର ଏକ୍ସପ୍ରେସ(୧୮୦୦୫), ଭୁବନେଶ୍ୱର-ଜଗଦଲପୁର ଏକ୍ସପ୍ରେସ(୧୮୪୪୭) ଓ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର(୫୮୫୦୧) ଅକ୍ଟୋବର ୧୩ରୁ ୨୦ ତାରିଖ ଯାଏ କୋରାପୁଟ ଷ୍ଟେଶନରେ ଯାତ୍ରା ଶେଷ କରିବେ। ଶର୍ଟ-ଟର୍ମିନେଟ ହେବେ। ଫେରନ୍ତା ଯାତ୍ରା କ୍ଷେତ୍ରରେ, ଟ୍ରେନ ନଂ ଜଗଦଲପୁର-ହାୱଡା ଏକ୍ସପ୍ରେସ(୧୮୦୦୬) ଅକ୍ଟୋବର ୧୫ରୁ ୨୨ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ଜଗଦଲପୁର-ଭୁବନେଶ୍ୱର ଏକ୍ସପ୍ରେସ(୧୮୪୪୮) ଅକ୍ଟୋବର ୧୪ରୁ ୨୧ ତାରିଖ ଯାଏ ଓ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର(୫୮୫୦୨) ଅକ୍ଟୋବର ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ କୋରାପୁଟରୁ ଯାତ୍ରା ଆରମ୍ଭ କରିବ।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉଲ୍ଲେଖ କରାଯାଇଥିବା ଟ୍ରେନ୍‌ଗୁଡ଼ିକ ପାଇଁ କୋରାପୁଟ-ଜଗଦଲପୁର ସେକ୍ସନ୍‌ରେ ଉଭୟ ଦିଗର ସେବା ପ୍ରଭାବିତ ହେବ ବୋଲି ରେଳଓ୍ବେ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ପ୍ରଭାବିତ ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଟ୍ରେନ ସମ୍ବନ୍ଧୀୟ ସବିଶେଷ ସୂଚନା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

Share In Social Media
Scroll to Top