odisha24 Live

Latest News

Latest News

ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ବଦଳିବା ପରେ ଓଡ଼ିଶା ବିଧାନସଭାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଦାୟୀ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜର ବିଦାୟକାଳୀନ ଶୁଭେଚ୍ଛା ଜଣାଇଛନ୍ତି।

ରାଜ୍ୟପାଳ ହରିବାବୁ କମ୍ଭମପାଟି ପ୍ରାୟ ୧ ବର୍ଷ ୯ ମାସ ଧରି ଓଡ଼ିଶାର ରାଜ୍ୟପାଳ ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ ଏବେ ଓଡ଼ିଶାରୁ ବିଦାୟ ନେଉଛନ୍ତି। ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟପାଳଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶାର ପ୍ରଗତି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇବା ସହ ତାଙ୍କର ଆଗାମୀ ନିରାମୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି।

Share In Social Media
Scroll to Top