odisha24 Live

Latest News

Latest News

Author name: RatnaManjari Mohanty

ଶିକ୍ଷା ଓ ନିଯୁକ୍ତି

ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ହେଡ୍ କନଷ୍ଟେବଲ୍ ଏବଂ କନଷ୍ଟେବଲ୍ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟା କ୍ରୀଡ଼ା କୋଟା ଅଧୀନରେ କରାଯିବ ଏବଂ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହେବ। ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୧, ୨୦୨୬ ଅଟେ। ଆବେଦନ ଫର୍ମରେ ଥିବା ତ୍ରୁଟି

ସଂସ୍କୃତି

ବାମନ ଜନ୍ମ ରହସ୍ୟ !କ’ଣ ରହିଛି ପୌରାଣିକ

ହିନ୍ଦୁ ପୁରାଣ ଅନୁସାରେ, ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନ ଅବତାରଙ୍କ ଜନ୍ମ ରହସ୍ୟ ଧର୍ମର ରକ୍ଷା ଏବଂ ଅହଂକାରର ବିନାଶ ସହ ଜଡ଼ିତ। ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି (ଯାହାକୁ ବାମନ ଦ୍ୱାଦଶୀ କୁହାଯାଏ) ଶ୍ରବଣା ନକ୍ଷତ୍ରରେ ମାତା ଅଦିତି ଏବଂ ମହର୍ଷି କଶ୍ୟପଙ୍କ ସନ୍ତାନ ଭାବରେ ସେ ଜନ୍ମଗ୍ରହଣ କରିଥିଲେ।ପୌରାଣିକ ଆଖ୍ୟାନଇନ୍ଦ୍ର (ଦେବମାନଙ୍କ ରାଜା, କଶ୍ୟପ ଓ ଅଦିତିଙ୍କ ପୁତ୍ର) ଦିତିଙ୍କ ପ୍ରପୌତ୍ର ଓ ଦାନବରାଜ ବଳିଙ୍କ (ଅସୁରମାନଙ୍କ ରାଜା) ନିକଟରେ ପରାଜିତ

କ୍ରୀଡା

ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ : ଭାରତର ପ୍ରସିଦ୍ଧ ତଥା ଷ୍ଟାର ଭାରୋତ୍ତୋଳକ ମୀରାବାଇ ଚାନୁ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମହିଳା ୪୯ କିଲୋଗ୍ରାମ ଇଭେଣ୍ଟରେ ମୋଟ ୧୯୮ କିଲୋଗ୍ରାମ ଭାର ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ଏହା ମୀରାବାଇଙ୍କ ପ୍ରଥମ ଏସୀୟ କ୍ରୀଡ଼ା ପଦକ। ଏହା ଭାରୋତ୍ତୋଳକରେ ଭାରତର ପ୍ରଥମ ଏସୀୟ କ୍ରୀଡ଼ା ପଦକ। ମୀରାବାଇ ସ୍ନାଚ୍‌ରେ ୮୩ କିଲୋଗ୍ରାମ ସହିତ ଆରମ୍ଭ କରିଥିଲେ ଏବଂ ତାଙ୍କର ଦ୍ୱିତୀୟ ପ୍ରୟାସରେ ୮୫ କିଲୋଗ୍ରାମ ଉଠାଇଥିଲେ। ତା’ପରେ

ଦେଶ

ଆଉ ବ୍ୟାଙ୍କରେ ଛୁଟି ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ରବିବାର, ସେପ୍ଟେମ୍ବର ୨୭ରେ ସମସ୍ତ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ହଡତାଳ ଯୋଗୁ ଗ୍ରାହକଙ୍କୁ ଯେପରି ଅସୁବିଧା ନହୁଏ ଏବଂ ବ୍ୟାଙ୍କିଂ ସେବା ସୱାଭାବିକ ରହେ, ସେଥିପାଇଁ ଏହି ନିଷ୍ପତ୍ତି

ମନୋରଞ୍ଜନ

ଦୁଃଖରେ ଭାଙ୍ଗିପଡ଼ିଲେ ରାଣୀ

ମୁମ୍ବାଇ : ବଲିଉଡରୁ ଆସିଲା ଦୁଃଖଦ ଖବର । ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। କୃଷ୍ଣା ମୁଖାର୍ଜୀଙ୍କ ପରଲୋକ ନେଇ ଯଶରାଜ ଫିଲ୍ମସ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ।

ରାଜନୀତି

ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ପ୍ରଭାବରେ ଲାଗୁ ହେବ। ହରିଶ ଦ୍ୱିବେଦୀଙ୍କୁ କର୍ନାଟକ ଓ ବିହାରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସ୍ମୃତି

ରାଜ୍ୟ

ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷା ଓ ଏହାର ପ୍ରଭାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ରାଜେଶ ପ୍ରଭାକର

ଦେଶ

ବନ୍ଦେ ମାତରମ୍ ଗାନକୁ ବିରୋଧ

ନୂଆଦିଲ୍ଲୀ :‘ବନ୍ଦେ ମାତରମ୍’ର ଛଅଟି ପଦ ଗାନକୁ ବାଧ୍ୟତାମୂଳକ କରୁଥିବା ଆଇନକୁ ଚ୍ୟାଲେଞ୍ଜ କରି ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଟି.ଏମ୍. କୃଷ୍ଣା ଏହି ଆବେଦନ ଦାଖଲ କରିଛନ୍ତି। ବନ୍ଦେ ମାତରମର ଚାରୋଟି ପଦ ସ୍ପଷ୍ଟ ଭାବରେ ହିନ୍ଦୁ ଦେବତାମାନଙ୍କ ପ୍ରତି ଭକ୍ତି ଆହ୍ବାନ କରେ, ଏବଂ ସେହି ଅଂଶଗୁଡ଼ିକୁ ଗାନ କରିବାକୁ ବାଧ୍ୟତାମୂଳକ କରିବା ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ଉଲ୍ଲଂଘନ କରୁଛି ବୋଲି କୃଷ୍ଣା ଉଲ୍ଲେଖ

ଅପରାଧ

କାରରୁ ମିଳିଲା ୨ ପୋଲିସକର୍ମୀଙ୍କ ମୃତଦେହ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲା ବଟୋଟରେ ଏକ କାର୍ ଭିତରୁ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ଉଭୟଙ୍କୁ ଜିଲ୍ଲା ହସ୍ପିଟାଲ ରାମବନକୁ ନେଇଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଜିଆରତ ମୋଡ଼ ନିକଟ ସାନା ଅଞ୍ଚଳରେ ଏକ କାରରୁ ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସର ସୂଚନା ଅନୁସାରେ, ଦୁଇଜଣଙ୍କୁ କାର୍ ଭିତରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ବିଦେଶ

ଆମେରିକା-ଇରାନ ମଧ୍ୟରେ ସରିଲା ଜରୁରୀ ବୈଠକ, ବଢ଼ିଲା ଚର୍ଚ୍ଚା!

ଓ୍ବାଶିଂଟନ୍‌ : ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ମହାସଂଘର୍ଷ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଓ ଜରୁରୀ ବୈଠକ ଶେଷ ହୋଇଛି, ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରେ ନ୍ୟୁୟର୍କରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ତିନି ଘଣ୍ଟା ଧରି ଆଲୋଚନା ହୋଇଛି । ଡୋନାଲ୍ଡ ଟ୍ରମ୍ପ୍ ଏହି ବୈଠକକୁ ବହୁତ ଭଲ ବୋଲି କହିଛନ୍ତି । ଏହି ଆଲୋଚନା ଟ୍ରମ୍ପଙ୍କ ଚେତାବନୀର କିଛି ସମୟ ପରେ ହୋଇଥିଲା ।

Scroll to Top