
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ହେଡ୍ କନଷ୍ଟେବଲ୍ ଏବଂ କନଷ୍ଟେବଲ୍ ପଦବି ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପ୍ରକ୍ରିୟା କ୍ରୀଡ଼ା କୋଟା ଅଧୀନରେ କରାଯିବ ଏବଂ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହେବ। ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ନଭେମ୍ବର ୧୧, ୨୦୨୬ ଅଟେ। ଆବେଦନ ଫର୍ମରେ ଥିବା ତ୍ରୁଟି ସୁଧାରିବା ପାଇଁ ନଭେମ୍ବର ୧୨ ରୁ ନଭେମ୍ବର ୨୪, ୨୦୨୬ ପର୍ଯ୍ୟନ୍ତ ସୁଯୋଗ ମିଳିବ।





