odisha24 Live

Latest News

Latest News

ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ପ୍ରଭାବରେ ଲାଗୁ ହେବ।

ହରିଶ ଦ୍ୱିବେଦୀଙ୍କୁ କର୍ନାଟକ ଓ ବିହାରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସ୍ମୃତି ଇରାନୀଙ୍କୁ ଛତିଶଗଡ଼ ଓ ହରିୟାଣାର ପ୍ରଭାରୀ ଦାୟିତ୍ୱ, ବିନୟ ସହସ୍ରବୁଦ୍ଧେଙ୍କୁ ଦିଲ୍ଲୀ ଭାଜପାର ପ୍ରଭାରୀ କରାଯାଇଛି। ତରୁଣ ଚୁଗ୍‌ଙ୍କୁ ଗୁଜରାଟ ଏବଂ ଶ୍ରୀକାନ୍ତ ଶର୍ମାଙ୍କୁ ହିମାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ରାମ ମାଧବଙ୍କୁ ଉତ୍ତରାଖଣ୍ଡ ଭାଜପାର ପ୍ରଭାରୀ ନିଯୁକ୍ତ କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମଧ୍ୟରେ ଉତ୍ତରପ୍ରଦେଶର ପ୍ରଦେଶ ପ୍ରଭାରୀ ଦାୟିତ୍ୱ ବିନୋଦ ତାୱଡେଙ୍କୁ ଦିଆଯାଇଛି। ତାଙ୍କ ସହ ୪ ଜଣ ନେତାଙ୍କୁ ସହପ୍ରଭାରୀ କରାଯାଇଛି। ସେମାନେ ହେଲେ ଜଗଦୀଶ ପଟେଲ, ମେଘା କୁଲକର୍ଣ୍ଣୀ, ଡ. ପ୍ରଦୀପ ବର୍ମା ଏବଂ ଅନନ୍ତ ଓଝା। ଭାଜପାର ନୂଆ ତାଲିକାରେ ଅନେକ ବଡ଼ ରାଜ୍ୟର ଦାୟିତ୍ୱରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

Share In Social Media
Scroll to Top