odisha24 Live

Latest News

Latest News

ଆଉ ବ୍ୟାଙ୍କରେ ଛୁଟି ନାହିଁ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ବ୍ୟାଙ୍କ ୟୁନିଅନଗୁଡ଼ିକ ପକ୍ଷରୁ ତିନିଦିନିଆ ବ୍ୟାଙ୍କ ହଡତାଳ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ରବିବାର, ସେପ୍ଟେମ୍ବର ୨୭ରେ ସମସ୍ତ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ୟାଙ୍କ ହଡତାଳ ଯୋଗୁ ଗ୍ରାହକଙ୍କୁ ଯେପରି ଅସୁବିଧା ନହୁଏ ଏବଂ ବ୍ୟାଙ୍କିଂ ସେବା ସୱାଭାବିକ ରହେ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ସେପ୍ଟେମ୍ବର ୨୭ ରବିବାର ଦିନ ସରକାରୀ କ୍ଷେତ୍ରର ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ନିୟମିତ କାର୍ଯ୍ୟ କରିବ। ଏହା ଫଳରେ ହଡତାଳ ସମୟରେ ଟଙ୍କା ଉଠାଣ, ଜମା ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସେବା ଜାରି ରଖିବାରେ ସହାୟତା ମିଳିପାରେ।

Share In Social Media
Scroll to Top