ଓଡ଼ିଶାକୁ ମିଳିଛି ବଡ଼ ନିବେଶକ ,ଶିଳ୍ପ କ୍ଷେତ୍ରରେ ଆସିବ ନୂଆ ସୁଯୋଗ
ଭୁବନେଶ୍ୱର : ୟୁଏଇ ଗସ୍ତର ଦ୍ଵିତୀୟ ଦିନରେ ଓଡ଼ିଶାର ଶିଳ୍ପ ଭାଗିଦାରୀ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ 2026’ ଅବସରରେ ରାଜ୍ୟ ସରକାର ୫ଟି(ଏମଓୟୁ) (ବୁଝାମଣା ପତ୍ର) ସ୍ଵାକ୍ଷର କରିବା ସହ ୮ଟି ପ୍ରମୁଖ ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୟୁଏଇରେ ଥିବା ଭାରତୀୟ ବ୍ୟବସାୟୀମାନେ ୟୁଏଇ ଓ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ।









