
ନ୍ୟୁୟର୍କ : ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରିଛି। ଆଲ୍-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନ୍ସ୍ଥିତ ପେଣ୍ଟାଗନ୍କୁ ଟାର୍ଗେଟ୍ କରିଥିଲେ। ଏହି ସମନ୍ୱିତ ଆକ୍ରମଣରେ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା।ତେବେ ଏହି ଭୟାବହ ଘଟଣା ମଧ୍ୟରେ ଅପହୃତ ‘ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୯୩’ର ଯାତ୍ରୀମାନଙ୍କ ସାହସ ଓ ବୀରତ୍ୱ ଇତିହାସରେ ସ୍ୱତନ୍ତ୍ର ସ୍ଥାନ ପାଇଛି।
ଏହି ପ୍ରଦର୍ଶନର ସବୁଠାରୁ ଭାବପ୍ରବଣ ଦିଗ ଥିଲା ଡ୍ରୋନ୍ ସଂଖ୍ୟା । ୨,୯୭୭ଟି ଆଲୋକ ମଧ୍ୟରୁ ପ୍ରତ୍ୟେକ ଆଲୋକ ୯/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ଜଣେ ଜଣେ ବ୍ୟକ୍ତିଙ୍କ ସ୍ମୃତିକୁ ପ୍ରତିନିଧିତ୍ୱ କରୁଥିଲା । ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀମାନେ ଅପହରଣ କରିଥିବା ଦୁଇଟି ବିମାନ ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରର ଦୁଇ ଟାୱାରରେ ଧକ୍କା ଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟ ଟାୱାର ଭୁଶୁଡ଼ି ପଡ଼ିଥିଲା ।
ସେହି ଦିନ ନ୍ୟୁୟର୍କ ସହ ପେଣ୍ଟାଗନ୍ ଓ ପେନସିଲଭାନିଆରେ ଘଟିଥିବା ଆକ୍ରମଣରେ ମୋଟ ୨,୯୭୭ ଜଣ ପ୍ରାଣ ହରାଇଥିଲେ । ୨୫ ବର୍ଷ ପରେ ମଧ୍ୟ ସେହି ଦିନର ସ୍ମୃତି ଆମେରିକା ପାଇଁ ଅଲିଭା । ଡ୍ରୋନ୍ ରେ ତିଆରି ଆଲୋକିତ ଟ୍ୱିନ୍ ଟାୱାର କେବଳ ଏକ ଆକାଶୀୟ ପ୍ରଦର୍ଶନ ନୁହେଁ, ବରଂ ପ୍ରାଣ ହରାଇଥିବା ୨,୯୭୭ ଜଣଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ।





