odisha24 Live

Latest News

Latest News

ଓଡ଼ିଶାକୁ ମିଳିଛି ବଡ଼ ନିବେଶକ ,ଶିଳ୍ପ କ୍ଷେତ୍ରରେ ଆସିବ ନୂଆ ସୁଯୋଗ

ଭୁବନେଶ୍ୱର : ୟୁଏଇ ଗସ୍ତର ଦ୍ଵିତୀୟ ଦିନରେ ଓଡ଼ିଶାର ଶିଳ୍ପ ଭାଗିଦାରୀ କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଦୁବାଇରେ ଆୟୋଜିତ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ – ୟୁଏଇ 2026’ ଅବସରରେ ରାଜ୍ୟ ସରକାର ୫ଟି(ଏମଓୟୁ) (ବୁଝାମଣା ପତ୍ର) ସ୍ଵାକ୍ଷର କରିବା ସହ ୮ଟି ପ୍ରମୁଖ ନିବେଶ ପ୍ରସ୍ତାବ ହାସଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୟୁଏଇରେ ଥିବା ଭାରତୀୟ ବ୍ୟବସାୟୀମାନେ ୟୁଏଇ ଓ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ଓଡ଼ିଶାର ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କର ବିଶ୍ୱ ବଜାର, ପ୍ରଯୁକ୍ତି, ଅର୍ଥ ଓ ସପ୍ଲାଏ ଚେନ୍ ସମ୍ପର୍କିତ ଅଭିଜ୍ଞତା ଉପଯୋଗୀ ହେବ ବୋଲି କହିଥିଲେ। ଓଡ଼ିଶାରେ ଆଲୁମିନିୟମ୍, ଇସ୍ପାତ ସହ ଗ୍ରୀନ୍ ଏନର୍ଜି, ଗ୍ରୀନ୍ ହାଇଡ୍ରୋଜେନ୍, ମିନେରାଲ୍ସ, ମାଇନିଂ, ଡାଉନଷ୍ଟ୍ରିମ୍ ଆଲୁମିନିୟମ୍, ରିସାଇକ୍ଲିଂ ଓ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରରେ ବିପୁଳ ନିବେଶ ସୁଯୋଗ ରହିଛି । ଇବିପିସି ସହ ଏହି ସହଯୋଗ ମାଧ୍ୟମରେ ଦୁବାଇ ଓ ଓଡ଼ିଶା ମଧ୍ୟରେ ଏକ ଦୀର୍ଘସ୍ଥାୟୀ ବ୍ୟବସାୟିକ ସେତୁ ଗଢ଼ିବା ସହ ନିବେଶ, ପ୍ରଯୁକ୍ତି ଓ ବଜାର ସଂଯୋଗକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
ଅନ୍ୟପଟେ ବିଏମଆର ଆସୋସିଏସନ୍ ଓ ଯେଏସଡବ୍ଲୁ ଗ୍ରୁଫ୍ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ ଏକ ରାଉଣ୍ଡଟେବୁଲ୍ ଆଲୋଚନା କରିଛନ୍ତି।ଆଲୋଚନାରେ ମେଟାଲ୍ ରିସାଇକ୍ଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ବିକଶିତ ମେଟାଲ୍ ଓ ମାନୁଫାକ୍ଚରିଂ ଇକୋସିଷ୍ଟମ୍ କୁ ଆଧାର କରି ରିସାଇକ୍ଲିଂ, ସେକେଣ୍ଡାରୀ ମେଟାଲ୍ ଓ ସର୍କୁଲାର ଇଣ୍ଡଷ୍ଟ୍ରିରେ ନିବେଶ ଓ ପ୍ରଯୁକ୍ତି ସହଯୋଗ ପାଇଁ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି।

Share In Social Media
Scroll to Top