odisha24 Live

Latest News

Latest News

ବିଏଡ୍‌ ନାମଲେଖାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ, ୨୦ ଯାଏ ଆବେଦନ ବଢ଼ିଲା

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ(୨୦୨୬-୨୭)ରୁ ଦ୍ୱିତୀୟ ପର୍ଯ୍ୟାୟ ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଟିଚର ଏଜୁକେସନ୍‌ ପ୍ରୋଗ୍ରାମ(ଆଇଟିଇପି) ତଥା ବିଏଡ୍‌ ନାମଲେଖା ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବଳକା ଥିବା ସିଟ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସାମ୍‌ସ ୱେବ୍‌ସାଇଟ୍‌ ମାଧ୍ୟମରେ ଆଜି (ଗୁରୁବାର)ଠୁ ୨୦ ତାରିଖ ଯାଏ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପତ୍ର ଆହ୍ୱାନ କରାଯିବ । ୨୪ ତାରିଖରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୫ରୁ ୨୮ ତାରିଖ ମଧ୍ୟରେ ନାମଲେଖାଇବେ । ଏହାପରେ ସିଧାସଳକ ସ୍ପଟ୍‌ ନାମଲେଖା ପ୍ରକ୍ରିୟା କରାଯିବ । ଏଥିପାଇଁ ୨୪ ତାରିଖରେ ମଧ୍ୟ ଏକ ୱେଟ୍‌ଲିଷ୍ଟ ପ୍ରକାଶ ପାଇବ । ଏହି ୱେଟ୍‌ଲିଷ୍ଟରେ ଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ୨୯ରୁ ୩୦ ତାରିଖ ମଧ୍ୟରେ ନିଜର ପସନ୍ଦର କଲେଜରେ ପୁନଃ ଆବେଦନପତ୍ର ଦାଖଲ କରିବେ ।

Share In Social Media
Scroll to Top