odisha24 Live

Latest News

Latest News

Author name: RatnaManjari Mohanty

ପାଣିପାଗ

ଅଶାନ୍ତ ହେଲାଣି ସମୁଦ୍ର, ଉପକୂଳ କୁ ବିପଦ !

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ ‘ଅର୍ଣ୍ଣବ’। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ।୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଥିବା ବେଳେ ୨୩ରୁ କନ୍ଧମାଳ, ଗଜପତି, ଗଞ୍ଜାମ […]

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ମନରେ ପ୍ରଭାବଶାଳୀ ଉତ୍ସାହ ଓ ଆତ୍ମବିଶ୍ୱାସ ରହିବ। କର୍ମକ୍ଷେତ୍ରରେ କୌଣସି ବଡ଼ ସମର୍ଥନ ମିଳିପାରେ, ଯାହା ଆପଣଙ୍କ କାମକୁ ସହଜ କରିବ।ବୃଷ: ଆର୍ଥିକ କାରବାର ବା ନେଣଦେଣ ସମୟରେ ଆଜି ସତର୍କ ରୁହନ୍ତୁ। ବିନା କାରଣରେ କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ।ମିଥୁନ : ବ୍ୟବସାୟ ଓ କ୍ୟାରିୟର ପାଇଁ ଦିନଟି ବେଶ୍ ଅନୁକୂଳ। ଆଜି ନୂତନ ସୁଯୋଗ ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ।କର୍କଟ: ପରିବାର ଓ ବନ୍ଧୁମାନଙ୍କ

ଦେଶ

ତିନିଦିନିଆ ବ୍ୟାଙ୍କ ଧର୍ମଘଟ

 ଆସନ୍ତା ୨୮ ତାରିଖରୁ ପୁଣି ବ୍ୟାଙ୍କ ଧର୍ମଘଟ । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ତାର ଗ୍ରାହକମାନଙ୍କୁ ଧର୍ମଘଟ ତାରିଖ ପୂର୍ବରୁ ଜରୁରୀ ବ୍ୟାଙ୍କିଂ କାରବାର ସାରିଦେବାକୁ ପରାମର୍ଶ ଦେଇଛି

ରାଜ୍ୟ

ଭୁବନେଶ୍ୱର ଡିସିପି ପଦରେ କାହାକୁ ମିଳିବ ଦାୟିତ୍ୱ? ଚର୍ଚ୍ଚାରେ ୭ ଯୁବ ଆଇପିଏସଙ୍କ ନାଁ

ଭୁବନେଶ୍ୱର : କିଏ ହେବେ ଭୁବନେଶ୍ବର ଡିସିପି। ଚର୍ଚ୍ଚାରେ ୭ ଯୁବ IPSଙ୍କ ନାଁ। ଆଗରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ରାଉରକେଲା ଏସପି ନୀତେଶ ୱଧୱାନି ବି ଚର୍ଚ୍ଚାରେ। ସରପ୍ରାଇଜ ଚେହେରା ବି ସାମ୍ନାକୁ ଆସିପାରେ। ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ ହେବା ପରେ କିଏ ହେବେ ଭୁବନେଶ୍ବରର ପରବର୍ତ୍ତୀ ଡିସିପି ତାକୁ ନେଇ ଚର୍ଚ୍ଚା। କେନ୍ଦ୍ର ସରକାର ମୀନାଙ୍କ ଇସ୍ତଫା ମଞ୍ଜୁର କରିବା ପରେ ଏବେ ଯେକୌଣସି ସମୟରେ ତାଙ୍କୁ ରିଲିଭ କରାଯାଇପାରେ। ପାର୍ବଣ

ବିଦେଶ

ଆକାଶରେ ନିଆଁ ବର୍ଷା

ମସ୍କୋ : ରୁଷରେ ସଂସଦୀୟ ନିର୍ବାଚନର ଭୋଟିଂ ଚାଲିଥିବା ବେଳେ ମସ୍କୋରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ରବିବାର ନିର୍ବାଚନର ତୃତୀୟ ତଥା ଶେଷ ଦିନରେ ମସ୍କୋକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି । ଏହି ଆକ୍ରମଣ ପାଇଁ ରୁଷ ୟୁକ୍ରେନକୁ ଦାୟୀ କରିଛି । ଆକ୍ରମଣରେ ମସ୍କୋର ଏକ ତେଲ ରିଫାଇନାରୀ କ୍ଷତିଗ୍ରସ୍ତ ହେବା ସହ ସେଠାରେ ଭୟଙ୍କର ନିଆଁ ଲାଗିଥିବା ଖବର

ଜୀବନଶୈଳୀ

କାନ ଯନ୍ତ୍ରଣା ହେଉଛି କି? ଅଣଦେଖା କରନ୍ତୁ ନାହିଁ

ଲୋକମାନେ ପ୍ରାୟତଃ ହାଲୁକା କାନ ଯନ୍ତ୍ରଣା ଅନୁଭବ କରନ୍ତି, ଯାହାକୁ ସେମାନେ ସାଧାରଣ ଭାବି ଅଣଦେଖା କରନ୍ତି। ଅନେକ ଲୋକ ଇଅରବଡ୍ ସାହାଯ୍ୟରେ ନିଜ କାନ ସଫା କରିବାକୁ ଚେଷ୍ଟା କରନ୍ତି କିମ୍ବା ଘରୋଇ ଉପଚାର ଭାବରେ ଗରମ ତେଲ ଲଗାଇବାକୁ ଚେଷ୍ଟା କରନ୍ତି। ପ୍ରାରମ୍ଭରେ, ଯନ୍ତ୍ରଣା ସାମାନ୍ୟ ମନେହୁଏ, କିନ୍ତୁ ଖରାପ ଅଭ୍ୟାସ ଯୋଗୁଁ ଏହା ଧୀରେ ଧୀରେ ଖରାପ ହୋଇପାରେ ଏବଂ ସଂକ୍ରମଣ ମଧ୍ୟ ହୋଇପାରେ। ଏକ ସାଧାରଣ ନିୟମ ଭାବରେ, ଯଦି ଏପରି

ଶିକ୍ଷା ଓ ନିଯୁକ୍ତି

ବିନା ଲିଖିତ ପରୀକ୍ଷାରେ ପାଆନ୍ତୁ ଚାକିରି , ଜାଣନ୍ତୁ ସମ୍ପୂର୍ଣ ବିବରଣୀ!

ନୂଆଦିଲ୍ଲୀ : ଦେଶର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ଅଭିଜ୍ଞ ବୃତ୍ତିଗତ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଘୋଷଣା କରିଛି। ଏସବିଆଇ ‘ସ୍ପେଶାଲିଷ୍ଟ କ୍ୟାଡର୍ ଅଫିସର’ ବର୍ଗ ଅଧୀନରେ ଡିନ୍, ଶିକ୍ଷକ ଏବଂ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। କୋଲକାତାସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଡରସିପ୍’ (SBIL) ପାଇଁ ଏହି ପଦବୀଗୁଡ଼ିକ ଚୁକ୍ତିଭିତ୍ତିକ ଆଧାରରେ ପୂରଣ କରାଯିବ। ପ୍ରତ୍ୟେକ ପଦବୀ ପାଇଁ ଗୋଟିଏ

ମନୋରଞ୍ଜନ

ଦୀପିକା-ରଣବୀରଙ୍କ ଘରେ ପୁଣି କୁନି ଅତିଥି

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଘରେ ପୁଣିଥରେ ଖୁସିର ମାହୋଲ୍। ଦୁହେଁ ଦ୍ୱିତୀୟଥର ପାଇଁ ମାତା-ପିତା ହୋଇଛନ୍ତି। ୧୯ ସେପ୍ଟେମ୍ବର ୨୦୨୬ରେ ଦମ୍ପତି ନିଜେ ସୋସିଆଲ୍ ମିଡିଆରେ ଏକ କୁନି ଶିଶୁର ପାଦର ଛାପ ଥିବା ଫଟୋ ଶେୟାର କରି ଦ୍ୱିତୀୟ ସନ୍ତାନ ଭାବେ ଏକ ଝିଅ ଜନ୍ମ ହୋଇଥିବା ଖବର ଦେଇଛନ୍ତି।ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ସେମାନଙ୍କ ଦ୍ୱିତୀୟ ସନ୍ତାନର ଖବରକୁ ନିଶ୍ଚିତ କରିଛନ୍ତି ।

କ୍ରୀଡା

ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା ଟକ୍କର, ଟ୍ରଫି ପାଇଁ ମହାମୁକାବିଲା

ମୁମ୍ବାଇ : ଏସିଆନ୍ ଗେମ୍ସ ୨୦୨୬ର ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଭାରତ-ପାକିସ୍ତାନ ଫାଇନାଲ୍ ମହାମୁକାବିଲା ଦେଖିବାର ଫ୍ୟାନ୍ସଙ୍କ ଆଶା ଶେଷ ହୋଇଛି। ଦୁଇ ଦଳ ନିଜ ନିଜ ସେମିଫାଇନାଲ୍ ଜିତିଲେ ଗୋଲ୍ଡ ମେଡାଲ୍ ପାଇଁ ଭାରତ-ପାକିସ୍ତାନ ମୁକାବିଲା ହୋଇଥାନ୍ତା। କିନ୍ତୁ ୨୦ ସେପ୍ଟେମ୍ବରରେ ଖେଳାଯାଇଥିବା ଦୁଇ ସେମିଫାଇନାଲ୍ ପରେ ଫାଇନାଲ୍‌ର ସମୀକରଣ ବଦଳିଯାଇଛି।ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୭ ରନ୍

ସଂସ୍କୃତି

ବଳରାମ କିପରି ହେଲେ ଶେଷନାଗ: ଜାଣନ୍ତୁ ଏହି ପୌରାଣିକ ରହସ୍ୟ

ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ବଳରାମ ହେଉଛନ୍ତି ସ୍ୱୟଂ ଶେଷନାଗ (ଅନନ୍ତ ନାଗ)ଙ୍କ ଅବତାର। ମାନ୍ୟତା ଅନୁସାରେ, ତ୍ରେତା ଯୁଗରେ ଭଗବାନ ବିଷ୍ଣୁ ଯେତେବେଳେ ଶ୍ରୀରାମ ରୂପରେ ଅବତାର ନେଇଥିଲେ, ସେତେବେଳେ ଆଦି ଶେଷନାଗ ଲକ୍ଷ୍ମଣଙ୍କ ରୂପରେ ଜନ୍ମ ନେଇଥିଲେ। ପରେ ଦ୍ୱାପର ଯୁଗରେ ସେହି ଶେଷନାଗ ବଳରାମଙ୍କ ରୂପରେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ହୋଇଥିଲେ। କିନ୍ତୁ ପ୍ରଶ୍ନ ହେଉଛି, ଲକ୍ଷ୍ମଣଙ୍କର ଏମିତି କ’ଣ ଇଚ୍ଛା ଥିଲା, ଯାହା ପରବର୍ତ୍ତୀ ଯୁଗରେ ପୂରଣ ହୋଇଥିଲା? ଏହା

Scroll to Top