odisha24 Live

Latest News

Latest News

ଆଜିର ରାଶିଫଳ

ମେଷ ରାଶି : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବା ସହ ନୂଆ ସୁଯୋଗ ମିଳିପାରେ । ଆର୍ଥିକ ସ୍ଥିତି ମଜବୁତ ହେବ କିନ୍ତୁ ପରିବାରରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ, ତେଣୁ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ ରାଶି : ଆଜି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ, ବିଶେଷ କରି ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ।

ମିଥୁନ ରାଶି : ମାନସିକ ଚିନ୍ତା ବୃଦ୍ଧି ହୋଇପାରେ । କୌଣସି କଥାକୁ ନେଇ ଅଯଥା ବିବାଦରେ ପଡ଼ନ୍ତୁ ନାହିଁ । ଖର୍ଚ୍ଚ ବଢ଼ିବା ଯୋଗୁଁ ଆର୍ଥିକ ଚାପ ରହିପାରେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଧିକ ପରିଶ୍ରମ କରିବା ଆବଶ୍ୟକ ।

କର୍କଟ ରାଶି : ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଦୂର ଯାତ୍ରାର ସୁଯୋଗ ଆସିପାରେ । ପ୍ରେମ ଜୀବନ ଓ ପାରିବାରିକ ପରିବେଶ ସୁଖଦ ରହିବ ।

ସିଂହ ରାଶି : କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହେବ । ଉପରିସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପାଇବେ । ଦୀର୍ଘ ଦିନରୁ ଅଟକି ରହିଥିବା ଧନ ମିଳିପାରେ । ସ୍ୱାସ୍ଥ୍ୟ ସ୍ଥିତି ଭଲ ରହିବ ।

କନ୍ୟା ରାଶି : ଭାଗ୍ୟ ଆପଣଙ୍କ ସହ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ବ୍ୟବସାୟରେ କିଛି ନୂଆ ଚୁକ୍ତି ହୋଇପାରେ, ଯାହା ଭବିଷ୍ୟତ ପାଇଁ ଲାଭଦାୟକ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ହେବ ।

ତୁଳା ରାଶି : ଆଜି ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ଗାଡ଼ି ଚଲାଇବା ସମୟରେ ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ କିଛି ବାଧାବିଘ୍ନ ଆସିପାରେ, ତେଣୁ ଧୈର୍ଯ୍ୟର ସହ କାମ କରନ୍ତୁ । ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିବ ।

ବିଛା ରାଶି : ଆଜି ଦିନଟି ଆନନ୍ଦଦାୟକ ରହିବ । ବ୍ୟବସାୟିକ ଭାଗିଦାରୀରୁ ଲାଭ ମିଳିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାର ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ଧନୁ ରାଶି: ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ । ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରେ । ପୁରୁଣା ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ଅଛି ।

ମକର ରାଶି : ଆଜି ସନ୍ତାନମାନଙ୍କୁ ନେଇ କିଛି ଚିନ୍ତା ରହିପାରେ । କଳା, ସାହିତ୍ୟ ବା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବହୁତ ଭଲ । ଆର୍ଥିକ କାରବାର ବେଳେ ସତର୍କ ରୁହନ୍ତୁ ।

କୁମ୍ଭ ରାଶି : ମାନସିକ ଦ୍ୱନ୍ଦ୍ୱ କାରଣରୁ କୌଣସି ବଡ଼ ନିଷ୍ପତ୍ତି ନେବାରେ ଅସୁବିଧା ହୋଇପାରେ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଜମି ବା ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ବାଧା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ । ଛୋଟ ଯାତ୍ରାରୁ ଲାଭ ମିଳିବ । ଭାଇ ଓ ଭଉଣୀମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ନୂତନ ନିବେଶ ପାଇଁ ଦିନଟି ଅନୁକୂଳ ଅଟେ ।

Share In Social Media
Scroll to Top