
ଭୁବନେଶ୍ୱର : ରାଜଧାନୀର ଅପରାଧ ନିୟନ୍ତ୍ରଣର ଏବେ ୨୦୧୫ ବ୍ୟାଚ୍ର ଆଇପିଏସ ଅଧିକାରୀ ଡା. ସର୍ବଣା ବିବେକ ଏମ୍.ଙ୍କ ହାତରେ । ବ୍ରହ୍ମପୁର ଏସ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ସେ ଏବେ ଭୁବନେଶ୍ୱର ଡିସିପି ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ସର୍ବଣା ବିବେକ ଏମ୍. ।
ଭୁବନେଶ୍ବରରେ ପହଞ୍ଚିଲା ପରେ ନବ ନିଯୁକ୍ତ ଡିସିପି ସର୍ବଣା ବିବେକ ଏମ୍. ଦାୟିତ୍ବ ନେଇଛନ୍ତି । ପ୍ରଥମେ ପୋଲିସ କମିଶନର ଏବଂ ଅତିରିକ୍ତ କମିଶନରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ପରେ ଡିସିପି କାର୍ଯ୍ୟାଳୟକୁ ଯାଇ ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସର୍ବଣା ବିବେକ୍ ଏମ୍. । ବ୍ରହ୍ମପୁରରୁ ବଦଳି ହୋଇ ୨୦୧୫ ବ୍ୟାଚ୍ ଆଇପିଏସ୍ ସର୍ବଣା ବିବେକ ଭୁବନେଶ୍ୱର ଡିସିପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୧୩ ବ୍ଯାଚ୍ ଆଇପିଏସ୍ ଜଗମୋହନ ମୀନା ଅବସର ନେବା ପରେ ଖାଲି ପଡ଼ିଥିଲା ଭୁବନେଶ୍ୱର ଡିସିପି ପଦ ।





