odisha24 Live

Latest News

Latest News

Author name: RatnaManjari Mohanty

ବାଣିଜ୍ୟ

ମହଙ୍ଗା ହେଲା ସିଏନଜି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ, […]

Trending Stories, ଦେଶ

ବନ୍ୟାର ତାଣ୍ଡବରେ ବୁଡ଼ିଲା ନେପାଳ

ନେପାଳ : ନେପାଳର ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ସନ୍ଧାନ ଦଳ ନଦୀର ଜଳ ପ୍ରବାହ ଦ୍ୱାରା ତଳମୁଣ୍ଡରେ ବୋହିଯାଇଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା ଜାରି ରଖିଛି। ନେପାଳ ପୋଲିସ ନିଶ୍ଚିତ କରିଛି ଯେ ସେମାନେ ଚିତୱାନରେ ୨୩୩ ଏବଂ ନବଲପରାସୀ ପୂର୍ବରେ ୧୫୮ ସମେତ ୬୧୬ ମୃତଦେହ ଉଦ୍ଧାର କରିଛନ୍ତି। ଯାହା ଏହି ଅଞ୍ଚଳଗୁଡ଼ିକୁ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରିଛି। ହିମାଳୟରୁ ଉତ୍ପନ୍ନ ହେଉଥିବା ପ୍ରମୁଖ

ରାଜ୍ୟ, Top Stories

୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତା ସୋମବାର ଅଗଷ୍ଟ ୩୧ ତାରିଖରେ ମାନ୍ୟବର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତା-୩୧.୦୮.୨୦୨୬ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ଯମ ଜରିଆରେ ଜଣାଇଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ

କ୍ରୀଡା

ସେପ୍ଟେମ୍ବର ୧୮ରୁ ଜମିବ ଓଡ଼ିଶା କ୍ରିକେଟର ମହାମୁକାବିଲା

କଟକ : ଓଡ଼ିଶା ଟି-୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୮ରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ୧୦ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନେଇ ପ୍ରାୟ ୬ଟି ଫ୍ରାଞ୍ଚାଇଜି ଭାଗ ନେବେ। ଲିଗ୍‌ର ସମସ୍ତ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ମଧ୍ୟ ଖେଳାଯାଇଛି। ଏହି ଲିଗ୍‌ରେ

ମନୋରଞ୍ଜନ

ତାପସୀଙ୍କ ସପ୍ନ

ଚେନ୍ନାଇ : ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ଯିଏ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ବେଶ ନାମ କରିଛନ୍ତି । ଆଜିକାଲି ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଗାନ୍ଧାରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ କ୍ୟାରିଅରରେ ସେ ଅନେକ ମହିଳା-କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଗାନ୍ଧାରୀ’ ଜଣେ ମାଆଙ୍କ ସଂଘର୍ଷ ଉପରେ କେନ୍ଦ୍ରିତ।ତାପସୀ କୁହନ୍ତି, ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମସ୍ତେ ନିଜ ଆରାମଦାୟକ କ୍ଷେତ୍ରକୁ ଫେରି ଯାଉଛନ୍ତି ଏବଂ

ଅପରାଧ

ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ

କଟକ : ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିବ।ବିଜୁ ପଟ୍ଟନାୟକ ପାର୍କର ସୌନ୍ଦର୍ଯ୍ୟକରଣ ଓ ମୌଳିକ ସୁବିଧା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଶନିବାର କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ହାଇକୋର୍ଟରେ ନିଜ ପକ୍ଷ ରଖିଥିଲେ। ପାର୍କରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ

ସଂସ୍କୃତି

ଶ୍ରୀମନ୍ଦିରରେ ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ । ଯେଉଁଥିପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ । ଘଣ୍ଟାଏ ଧରି ବନ୍ଦ ରହିବ ଦର୍ଶନ । ସାଢେ ୨ ଟାରେ ଦର୍ଶନ କରିବେ ଭକ୍ତ । ଭିତରକାଠ ଧୁକୁଡି ଦ୍ୱାରରେ ପଡିଥିଲା ବାନ୍ତି । ମନ୍ଦିର ପରିସର ଅଶୌଚ ହେବା ଯୋଗୁଁ ମହାପ୍ରଭୁଙ୍କର ବିଶେଷ ‘ମହାସ୍ନାନ’ ନୀତି କରାଯାଉଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା

ରାଜନୀତି, Top Stories

ବିଜେପି ସାଂସଦଙ୍କୁ ନବୀନଙ୍କ ବଡ଼ ଚିଠି

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଖଣି ସଂଶୋଧନ ବିଲ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସାଂସଦଙ୍କୁ ଚିଠି ଲେଖି କହିଛନ୍ତି, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, ଓଡିଶା ପାଇଁ ଲଢନ୍ତୁ ।

ରାଜ୍ୟ, Top Stories

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ହାଇଲେଭେଲ୍ ମିଟିଂ

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ଓ ସୁରକ୍ଷା ନେଇ ହେଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ଆଧୁନିକୀକରଣ ନେଇ ହେଉଛି ବିସ୍ତୃତ ଆଲୋଚନା। ଏହାସହ ପୂର୍ବରୁ ଅନୁଷ୍ଠିତ ପୋଲିସ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବିଭିନ୍ନ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ମଧ୍ୟ ଚାଲିଛି ସମୀକ୍ଷା। ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବା, ପୋଲିସ

ରାଜ୍ୟ

ଭୟଙ୍କର ଅଗ୍ନିକାଣ୍ଡ

ଗଜପତି : ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ କାର୍ଯ୍ୟାଳୟର ସର୍ଭର ରୁମ ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବଂ ଅଗ୍ନିକାଣ୍ଡରେ ହୋଇଥିବା ସମ୍ପୁର୍ଣ୍ଣ କ୍ଷୟକ୍ଷତି

Scroll to Top