odisha24 Live

Latest News

Latest News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ରାଜ୍ୟର ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଜନପ୍ରତିନିଧିଙ୍କ ୬ ମାସର ସମ୍ମାନ ରାଶି ମଞ୍ଜୁର କରାଯାଇଛି। ଏଥିପାଇଁ ମୋଟ ୫୬ କୋଟି ୫୫ ଲକ୍ଷ ୭୨ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥ ୨୦୨୬ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ ପିଛିଲା ଭାବେ ପ୍ରଦାନ କରାଯିବ।

ଏହି ନିଷ୍ପତ୍ତି ଅନୁଯାୟୀ, ସରପଞ୍ଚମାନେ ମାସିକ ୧୦ ହଜାର ଟଙ୍କା ଏବଂ ନାଏବ ସରପଞ୍ଚମାନେ ମାସିକ ୪ ହଜାର ଟଙ୍କା ସମ୍ମାନ ରାଶି ପାଇବେ। ସରପଞ୍ଚ ରାଜ୍ୟର ଗ୍ରାମାଞ୍ଚଳରେ ନିର୍ବାଚିତ ଜନପ୍ରତିନିଧିମାନେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ, ଗ୍ରାମର ବିକାଶ ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି ।

Share In Social Media
Scroll to Top