odisha24 Live

Latest News

Latest News

ପୁଣି ସ୍ବାସ୍ଥ୍ୟାବସ୍ଥା ଗୁରୁତର : ଆଡଭାନୀ

ନୂଆଦିଲ୍ଲୀ : ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ୱାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଛାତିରେ ସଂକ୍ରମଣ କାରଣରୁ ୯୮ ବର୍ଷୀୟ ଆଡଭାନୀଙ୍କୁ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ପଲ୍‌ମୋନାରି ବିଭାଗରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
ବୟସାଧିକ୍ୟ କାରଣ ଯୋଗୁ ଗତ ମେ’ରେ ଆଡଭାନୀଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ କିଛିଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ୨୦୨୪ରେ ସେ ଏକାଧିକ ଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ସୂଚନାଯୋଗ୍ୟ, ଆଡଭାନୀ ୧୯୯୮ରୁ ୨୦୦୪ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ଉପପ୍ରଧାନମନ୍ତ୍ରୀ ହୋଇଥିଲେ।

Share In Social Media
Scroll to Top