odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ଭୁଶୁଡ଼ିଲା ୩ ମହଲା କୋଠା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ଅନ୍ତର୍ଗତ ସତ୍ୟ ନିକେତନ ଅଞ୍ଚଳରୁ ଏକ ବଡ଼ ଧରଣର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ସେଠାରେ ହଠାତ୍ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଅଘଟଣ ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଥିଲା। ଏହା ତଳେ କିଛି ଗାଡ଼ି ମଧ୍ୟ ଚାପି ହୋଇ ରହିଥିବା ଜଣାପଡ଼ିଛି। […]

ଜୀବନଶୈଳୀ

ଘି କୁଆଁରୀରେ ରହିଛି ଏହି ସବୁ ଔଷଧୀୟ ଗୁଣ: ଆସନ୍ତୁ ଜାଣିବା

ଆଲୋବେରା ହେଉଛି ଏକ ଓୌଷଧୀୟ ଗଛ ଯାହା ପ୍ରାଚୀନ କାଳରୁ ଘି କୁଆଁରୀ ନାଁରେ ଜଣାଶୁଣା । ଏହା କଣ୍ଟାର ପତ୍ର ହୋଇଥାଏ ଯାହା ପାଖରେ ଅନେକ ରୋଗର ନିରାକରଣ ଗୁଣ ରହିଛି । ଆଲୋବେରାର ଜୁସ୍ ସେବନ କରିବା ଦ୍ବାରା ଶରୀରରୁ କମିଥିବା ପୋଷକ ତତ୍ବ ପୂରା ହୋଇଥାଏ । ଏହାର ୨୦୦ ପ୍ରଜାତି ଗଛ ଦେଖିବାକୁ ମିଳେ କିନ୍ତୁ ଆମର ମାତ୍ର ୫ ପ୍ରଜାତିର ଗଛ କାମରେ ଆସିଥାଏ । ବାୟୁ ଜନିତ ରୋଗ,

ଶିକ୍ଷା ଓ ନିଯୁକ୍ତି

ଏସଏସସି ସିଜିଏଲ ପରୀକ୍ଷାରେ ଆସିଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଏସଏସସିର ସବୁଠାରୁ ପ୍ରମୁଖ ତଥା ଲୋକପ୍ରିୟ ନିଯୁକ୍ତି ପରୀକ୍ଷା ହେଉଛି କମ୍ବାଇଣ୍ଡ୍ ଲେଭେଲ୍ ଗ୍ରାଜୁଏଟ୍ (ସିଜିଏଲ) ପରୀକ୍ଷା। ପ୍ରତିବର୍ଷ ଏହି ପରୀକ୍ଷା ପାଇଁ ବହୁସଂଖ୍ୟକ ଆଶାୟୀ ଆବେଦନ କରିଥାଆନ୍ତି, ଯାହାଫଳରେ ଏଠାରେ ପ୍ରତିଯୋଗିତା ଅତ୍ୟନ୍ତ କଠିନ ହୋଇଥାଏ। ତେବେ ସିଜିଏଲ ପରୀକ୍ଷା ପ୍ୟାଟର୍ଣ୍ଣରେ ହୋଇଥିବା ନୂତନ ପରିବର୍ତ୍ତନଗୁଡ଼ିକୁ ଆଧାର କରି ପ୍ରସ୍ତୁତି ନ କଲେ ପରୀକ୍ଷାର୍ଥୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏସଏସସି ପକ୍ଷରୁ ପରୀକ୍ଷା ପ୍ୟାଟର୍ଣ୍ଣ ବଦଳିବା ସହିତ ନୂତନ ‘ସେକ୍‌ସନାଲ୍ ଟାଇମିଂ’ ନିୟମ

କ୍ରୀଡା

ହରମନପ୍ରୀତଙ୍କ ବିଶ୍ୱ ରେକର୍ଡ

ଦୁବାଇ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ବିଶ୍ୱ କୀର୍ତ୍ତିମାନ। ବିଶ୍ବର ପ୍ରଥମ (ପୁରୁଷ ଓ ମହିଳା) କ୍ରିକେଟର ଭାବେ ହରମନପ୍ରୀତ ୧୫୦ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦେଶର ନେତୃତ୍ବ ନେଇଛନ୍ତି। ଶନିବାର ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇ ହରମନପ୍ରୀତ ଏହି ଉପଲବ୍ଧି ହାସଲ କରିଛନ୍ତି। ମହିଳା ଟି୨୦ରେ ନେତୃତ୍ବ ନେବାରେ ଶ୍ରୀଲଙ୍କାର ଚାମିରା ଅଟ୍ଟାପଟୁ ୧୨୧ଟି ମ୍ୟାଚ ସହ ୨ୟ, ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ ୧୦୦ଟି

ଅପରାଧ

ନିଶା ହେଲା କାଳ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଜଗତସିଂହପୁର : ନିଶାରେ ସ୍ୱାମୀର ଭୟଙ୍କର କାଣ୍ଡ।ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗାଁରେ ଅଭାବନୀୟ ହତ୍ୟାକାଣ୍ଡ। ଗତକାଲି ବିଳମ୍ୱିତ ରାତିରେ ହୋଇଛି ହତ୍ୟାକାଣ୍ଡ । ସ୍ତ୍ରୀ ପୁଷ୍ପଲତା ସ୍ୱାଇଁଙ୍କୁ ହତ୍ୟା କରିଛି ସ୍ୱାମୀ ଦିଗମ୍ବର ସ୍ୱାଇଁ । ହତ୍ୟାକାଣ୍ଡର କାରଣ ଅସ୍ପଷ । ପ୍ରାଥମିକ ତଦନ୍ତ ରୁ ପାରିବାରିକ କଳହ ବୋଲି ଜଣାପଡିଛି । ମୃତକ ପୁଷ୍ପଲତାର ଏକ ୬ ବର୍ଷର ପୁଅ ରହିଛି । ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ମନୋରଞ୍ଜନ

ଜୋହେରୀଙ୍କ ମୁଣ୍ଡରେ ସଜିଲା ବିଶ୍ୱ ସୁନ୍ଦରୀର ମୁକୁଟ

ନୂଆଦିଲ୍ଲୀ : ବିଶ୍ୱ ସୁନ୍ଦରୀ ହେଲେ ଜୋହେରୀ ମୋଲା। ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର ଏଲିସାବେଥ୍ ରେନେସ୍ ପ୍ରଥମ ରନର୍ସ-ଅପ୍ ଏବଂ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ନିକିତା ପୋରୱାଲ୍ ଟପ୍ ୪୦ ସ୍ଥାନରେ ପହଞ୍ଚିଥିଲେ

ରାଜନୀତି

ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ : ପ୍ରସ୍ତୁତି ହେଲାଣି ୩ ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି ଆରମ୍ଭ । ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କଲେଣି ରଣନୀତି। ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ । ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ

ସଂସ୍କୃତି

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ୱଲପୁର : ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଇଷ୍ଟ ଦେବୀ ସମଲେଇଙ୍କ ରାଶି ନକ୍ଷତ୍ରାନୁସାରେ ସମବେତ ପଣ୍ଡିତ ଓ ଜ୍ୟୋତିର୍ୱିଦମାନଙ୍କ ଗଣନାନୁସାରେ ଆସନ୍ତା ୧୫ ତାରିଖ (ମଙ୍ଗଳବାର) ନୂଆଁଖାଇ ସକାଶେ ଲଗ୍ନ ଶୁଭ ହୋଇଛି। ଧାର୍ଯ୍ୟ ଲଗ୍ନକୁ ଆଧାର କରି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ ଗତେ ୯ଟା ୫୪

ରାଜ୍ୟ

ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଓଡ଼ିଶାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ । ଦେଲେ ବଡ଼ ଭରସା ।ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିଭିନ୍ନ ଘଟଣା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସେବାକୁ ଦୃଷ୍ଟିରେ ରଖି ସରକାର ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷକରି କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା

ବିଦେଶ

ତେଲ ଟ୍ୟାଙ୍କର ବିସ୍ଫୋରଣ, ୧୦ ମୃତ

ତେହେରାନ : ଇରାନରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ତେଲ ଟ୍ୟାଙ୍କର । ଜଳିଗଲେ ୧୦ରୁ ଅଧିକ ଲୋକେ ।ରିପୋର୍ଟ ଅନୁସାରେ, ଇରାନ ପଶ୍ଚିମ ପ୍ରାନ୍ତରେ ଥିବା ହାମେଦାନ୍-ସାନନଦଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଜାତୀୟ ରାଜପଥ ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ପରେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହାର ବ୍ରେକିଂ ସିଷ୍ଟମ

Scroll to Top