odisha24 Live

Latest News

Latest News

ଛୋଟ ପ୍ରୟାସରେ ବଡ଼ ସଂସ୍କାର : ମୋଦି

ନୂଆଦିଲ୍ଲୀ : ‘ମନ୍ କି ବାତ୍’ (ମନର କଥା) ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଏକ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପ୍ରତି ମାସର ଶେଷ ରବିବାର ଦିନ ଆକାଶବାଣୀ, ଦୂରଦର୍ଶନ ଏବଂ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରନ୍ତି ଓ ସିଧାସଳଖ ଲୋକଙ୍କ ଭାବନା ସହ ଯୋଡ଼ି ହୁଅନ୍ତି‌।’ମନ୍ କି ବାତ୍’ର ୧୩୯ତମ ସଂସ୍କରଣ ପ୍ରସାରିତ ହୋଇଯାଇଛି। ଏହି ଏପିସୋଡ୍‌ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ତାଙ୍କ ପାଇଁ ଏକ ପବିତ୍ର ତୀର୍ଥଯାତ୍ରା ଭଳି। ଏହା ମାଧ୍ୟମରେ ସେ ଦେଶର କୋଣଅନୁକୋଣରେ ଚାଲିଥିବା ସକାରାତ୍ମକ ପ୍ରୟାସ ଏବଂ ଲୋକଶକ୍ତିର ଆରାଧନା ବିଷୟରେ ଜାଣିବାକୁ ପାଉଛନ୍ତି।

ପର୍ଯ୍ୟାବରଣର ସୁରକ୍ଷା ପାଇଁ ଜୈବିକ ଚାଷ ଏବଂ ପ୍ରାକୃତିକ ଉପାୟରେ କୃଷି କାର୍ଯ୍ୟ କରିବା ଉପରେ ସେ ବିଶେଷ ଗୁରୁତ୍ୱ ଦେଇଛନ୍ତି।. ଏହାସହିତ କପା ଚାଷର ଉନ୍ନତି ଓ ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳର ସ୍ଥାନୀୟ ଉତ୍ପାଦ କିପରି ବିଦେଶ ବଜାରରେ ପହଞ୍ଚୁଛି, ତାହାର ଉଦାହରଣ ଦେଇ ସେ କହିଛନ୍ତି ଯେ ବିହାରର ପ୍ରସିଦ୍ଧ ‘ମଖାନା’ ଏବେ ଗ୍ରୀସ୍ ଦେଶରେ ପହଞ୍ଚି ଲୋକପ୍ରିୟତା ହାସଲ କରୁଛି। ସମାଜରେ ଛୋଟ ଛୋଟ ସକାରାତ୍ମକ ପ୍ରୟାସ ବଦଳରେ ଅନେକ ବଡ଼ ବଡ଼ ସଂସ୍କାର ଓ ପରିବର୍ତ୍ତନ ଅଣାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରେରଣା ଦେଇଛନ୍ତି।

Share In Social Media
Scroll to Top