ଶ୍ରୀମନ୍ଦିରର ଚାରିଦ୍ଵାରରେ ହନୁମାନ: ଶ୍ରୀକ୍ଷେତ୍ରର ସୁରକ୍ଷା ଓ ସମୁଦ୍ର ଗର୍ଜନକୁ ରୋକିବାର ପୌରାଣିକ ରହସ୍ୟ
ପୁରୀ ଶ୍ରୀମନ୍ଦିରର ଚାରି ଦ୍ଵାରରେ ବିରାଜମାନ କରୁଥିବା ହନୁମାନଙ୍କ ପଛରେ ରହିଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତି ସୁନ୍ଦର ଓ ରହସ୍ୟମୟ ପୌରାଣିକ କଥାବସ୍ତୁ। ଶ୍ରୀଜଗନ୍ନାଥଙ୍କୁ ଶ୍ରୀରାମଙ୍କ ଅବତାର ଭାବେ ଗ୍ରହଣ କରାଯାଉଥିବାରୁ ତାଙ୍କର ପରମ ଭକ୍ତ ହନୁମାନ ଚାରି ଦିଗରୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଶ୍ରୀମନ୍ଦିରର ଚାରି ଦ୍ଵାରରେ ପବନପୁତ୍ର ଭିନ୍ନ ଭିନ୍ନ ସ୍ଵରୂପରେ ପୂଜା ପାଉଛନ୍ତି।ପୂର୍ବ ଦ୍ଵାର (ସିଂହଦ୍ଵାର) – ଫତେ ହନୁମାନ: ଏହି ଦ୍ଵାରରେ ବିରାଜମାନ ହନୁମାନଙ୍କୁ ‘ଫତେ









