କୁମାର ପୂର୍ଣ୍ଣିମା ଉପଲକ୍ଷେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର : ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି
ପୁରୀ : କୁମାର ପୂର୍ଣ୍ଣିମା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଶ୍ରୀସୁଦର୍ଶନ ଚାରି ଆଶ୍ରମ ବିଜେ କରିବେ। ଅନ୍ୟପଟେ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ ପାରମ୍ପରିକ ଦ୍ୟୂତକ୍ରୀଡ଼ା ବା ପଶା-କଉଡ଼ି ଖେଳ ।ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବେ। ଏହାପରେ ଆଜ୍ଞାମାଳ ପାଇ ପ୍ରଭୁ ଶ୍ରୀସୁଦର୍ଶନ









