odisha24 Live

Latest News

Author name: RatnaManjari Mohanty

ଅପରାଧ

କନିଷ୍ଠ ଯନ୍ତ୍ରୀଙ୍କ ପିଛା ଛାଡୁନି ବିବାଦ, ଲାଞ୍ଚ ପରେ ଏବେ ଡିଏ ମାମଲା

ଭୁବନେଶ୍ୱର : ଲାଞ୍ଚ ମାମଲାରେ ଜେଲ୍ ପରେ ପୁଣି ଗିରଫ ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି ଗିରଫ କରିଛି ବାରିପଦା ଭିଜିଲାନ୍ସ […]

ମନୋରଞ୍ଜନ

ଇତିହାସରେ ପ୍ରଥମ, ଦିଲ୍ଲୀ ବାହାରେ ହେବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ : ଦୀର୍ଘ ଦିନର ପରମ୍ପରାରେ ପରିବର୍ତ୍ତନ ଆଣି ଚଳିତ ବର୍ଷ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେବାକୁ ଯାଉଛି। ଇତିହାସରେ ପ୍ରଥମଥର ପାଇଁ ଏହି ପ୍ରତିଷ୍ଠିତ ପୁରସ୍କାର ବିତରଣ ସମାରୋହ ନୂଆଦିଲ୍ଲୀ ବଦଳରେ ଗୁଜୁରାଟର ଏକତା ନଗରରେ ଆୟୋଜନ କରାଯିବାର ସମ୍ଭାବନା ରହିଛି। ଚଳିତ ମାସ ଶେଷ ଆଡ଼କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୁଜୁରାଟ ଗସ୍ତ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଏକତା ନଗର ଗସ୍ତ କରି

ରାଜନୀତି

ଜନ ବିଶ୍ୱାସ ବିଲ୍‌ ପାଇଁ ବାଟ ଫିଟିଲା, କ୍ୟାବିନେଟ୍‌ ଦେଲା ମଞ୍ଜୁରୀ

ଭୁବନେଶ୍ୱର : ବିଶ୍ୱାସଭିତ୍ତିକ ଶାସନକୁ ମଜବୁତ କରିବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ନିୟାମକ ସଂସ୍କାରର ଦ୍ୱିତୀୟ ତଥା ବ୍ୟାପକ ପର୍ଯ୍ୟାୟ ଅଧୀନରେ ‘ଓଡ଼ିଶା ଜନବିଶ୍ୱାସ ବିଲ୍, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି।ସେହିପରି, ଜଳସମ୍ପଦ ବିଭାଗର ନୂତନ ଐତିହ୍ୟ ଓ ପର୍ଯ୍ୟଟନଭିତ୍ତିକ ‘ବୋଇତ’ ଯୋଜନାକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛନ୍ତି।ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୧୨ଟି ବିଭାଗର

ଦେଶ

ପ୍ରଳୟଙ୍କରୀ ବନ୍ୟାରେ ଥରିଲା ନେପାଳ, ୧୩୫୫ ମୃତ

ନେପାଳ : ନେପାଳ ବନ୍ୟାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା ୧୩୫୫କୁ ବୃଦ୍ଧି ପାଇଛି । ପ୍ରାୟ ୫ ହଜାର ଏବେ ବି ନିଖୋଜ ଅଛନ୍ତି । ସେପଟେ ୧୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନେପାଳ ସରକାରଙ୍କ ସୂଚନା ମୁତାବକ, ବିଭିନ୍ନ ସ୍ଥାନରୁ ଅଚିହ୍ନା ମୃତଦେହ ଓ ଶରୀରର ଅବଶେଷ ସମେତ ମୋଟ ୧,୩୫୫ଟି ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରୁ ୯୮ଟି ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

ବିଦେଶ

ଆଇଫେଲ୍ ଟାୱାର ବନ୍ଦ ନେଇ ଫ୍ରାନ୍ସରେ ଚର୍ଚ୍ଚା

ପ୍ୟାରିସ୍ : ପ୍ୟାରିସ୍‌ର ଐତିହାସିକ ଆଇଫେଲ୍ ଟାୱାରକୁ ନେଇ ବଡ଼ ବିବାଦ। ଏକ ହିନ୍ଦୁ ସାଂସ୍କୃତିକ ଓ ଧାର୍ମିକ ସଂଗଠନର ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ ଧର୍ମଘଟ କରିଛନ୍ତି, ଯାହା ଫଳରେ ସୋମବାର ଦିନ ଆଇଫେଲ୍ ଟାୱାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ବିଏପିଏସ ସଂସ୍ଥାର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଇଫେଲ୍ ଟାୱାର ଭ୍ରମଣରେ ଆସିଥିଲେ। ସଂଗଠନର ଅନୁରୋଧ କ୍ରମେ,

ବିଦେଶ, Top Stories

ଚୀନ୍‌ର ନୂଆ ଚାଲ୍, ତିଆରି କରୁଛି ମେସିନ୍ ସୈନିକ

ଚୀନ୍ : ଭବିଷ୍ୟତ ଯୁଦ୍ଧ ପାଇଁ ରୋବୋଟ୍ ସୈନିକ ପ୍ରସ୍ତୁତ କରୁଛି ଚୀନ୍। ଏବେ କେବଳ ଟେକନୋଲୋଜି ପ୍ରଦର୍ଶନୀ କିମ୍ବା ଶିଳ୍ପ କାର୍ଯ୍ୟରେ ସୀମିତ ନରହି, ମାନବୀୟ ରୋବୋଟ୍‌କୁ ସାମରିକ କ୍ଷେତ୍ରରେ ବ୍ୟବହାର ପାଇଁ ଚୀନ୍ ଜୋରଦାର ପ୍ରସ୍ତୁତି ଚଳାଇଛି। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଚୀନ୍‌ର ସାମରିକ ଶକ୍ତି ଦ୍ରୁତ ଗତିରେ ମାନବୀୟ ରୋବୋଟ୍‌ର ସାମରିକ ବ୍ୟବହାର ବିକଶିତ କରୁଛି। ୨୦୨୫ ଏବଂ ୨୦୨୬ ରେ ବିଶେଷ ଭାବରେ ରୋବୋଟ୍‌ ମାନଙ୍କର ବସ୍ତୁ ଗୁଡ଼ିକୁ ଚିହ୍ନିବା,

ସଂସ୍କୃତି

ଶ୍ରୀମନ୍ଦିରରେ ଆଜି ପ୍ରଳମ୍ବାସୁର ବଧ ବେଶ, ଶ୍ରୀକୃଷ୍ଣ ଜନ୍ମଲୀଳାର ଅଂଶ

ପୁରୀ : ଚାଲିଛି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମଲୀଳା। ଆଜି ଶ୍ରୀକୃଷ୍ଣ ଜନ୍ମଲୀଳାର ଚତୁର୍ଥ ଦିନ । । ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ବାପର ଯୁଗରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳକ ମାନଙ୍କ ସହ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ବାସୁର ନାମକ ଜଣେ ପ୍ରଚଣ୍ଡ ବଳର ଅଧିକାରୀ ଏକ ଦୈତ୍ୟକୁ କଂସ ପଠାଇଥିଲେ । ପ୍ରଳମ୍ବାସୁର ପ୍ରଭୁ ବଳଭଦ୍ରଙ୍କୁ

ରାଜ୍ୟ

ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ, ରହିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଠାରୁ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସକୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଖଣି ଓ ଧାତୁ ଶିଳ୍ପ, ଗ୍ରୀନ୍ ଷ୍ଟିଲ୍ ଓ ଆଲୁମିନିୟମ୍, କେମିକାଲ୍ ଓ ପେଟ୍ରୋକେମିକାଲ୍, ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ୍ସ, ଡାଟା ସେଣ୍ଟର ଏବଂ ନବୀକରଣଯୋଗ୍ୟ ଶକ୍ତି

ପାଣିପାଗ

ତୀବ୍ର ହୋଇପାରେ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବା ସହ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଶ୍ରୀଗଙ୍ଗାନଗର, ଉତ୍ତରପ୍ରଦେଶଠାରୁ ଉତ୍ତରପୂର୍ବ ବଙ୍ଗୋପସାଗର ମଧ୍ୟରେ ରହିଛି। ଫଳରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ନିର୍ଦ୍ଦେଶିକା ଡ.

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଓ ବାଧା ଦେଖାଦେଇପାରେ । ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଚିନ୍ତା ହୋଇପାରେ । ତେଣୁ ଆଜି ଟଙ୍କା ଖର୍ଚ୍ଚ କରିବାବେଳେ ଭାବିଚିନ୍ତି କରନ୍ତୁ । ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଆପଣଙ୍କ କଥାକୁ ନେଇ ବିବାଦ ସୃଷ୍ଟି ହୋଇପାରେ । ସାମାଜିକ ଓ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ପରିବାରରୁ ଭଲ ସମର୍ଥନ

Scroll to Top