odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ବାତ୍ୟା ‘ଅର୍ଣ୍ଣବ’: ଟ୍ରେନ୍ ବାତିଲ୍, ସ୍କୁଲ-କଲେଜ ଛୁଟି ଏବଂ ସରକାରଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଅଧିକ ଘନୀଭୂତ ହୋଇ ଏକ ଅତିଭୀଷଣ ବାତ୍ୟାର ରୂପ ନେଇଛି। ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଥିବା ଏହି ବାତ୍ୟା ଆସନ୍ତା ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବିଶାଖାପାଟଣା ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଏହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଏବଂ ପୁଡୁଚେରୀକୁ ସତର୍କ କରାଯାଇଥିବାବେଳେ ଦକ୍ଷିଣ ଓଡ଼ିଶା ପାଇଁ ‘ରେଡ୍ ଆଲର୍ଟ’ ଜାରି

ସଂସ୍କୃତି

କାହିଁକି କାର୍ତ୍ତିକ ମାସକୁ ଧରମ ମାସ ବୋଲି କୁହାଯାଉଛି, ଜାଣନ୍ତୁ ପୌରାଣିକ ତତ୍ତ୍ଵ

ସନାତନ ଧର୍ମରେ ଯଦି କୌଣସି ମାସକୁ ସମ୍ପୂର୍ଣ୍ଣ ଭାବରେ ଶୁଭ ବୋଲି ଗ୍ରହଣ କରାଯାଏ ତାହା ହେଲା ପବିତ୍ର କାର୍ତ୍ତିକ ମାସ।ସାଧାରଣତଃ ଏହା ଅକ୍ଟୋବର ରୁ ନଭେମ୍ବର ଭିତରେ ପଡିଥାଏ ଆମ ହିନ୍ଦୁ ପଞ୍ଜିକା ଅନୁସାରେ। କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଇଥାଏ। ଆଜିଠୁ ଆରମ୍ଭ ହୋଇଛି ସେହି ପବିତ୍ର କାର୍ତ୍ତିକ ମାସ। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଏ।ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ ପରବର୍ତ୍ତୀ ମାସ

ଜୀବନଶୈଳୀ

ଶୀତଦିନେ ତ୍ୱଚାର ଯତ୍ନ କେମିତି ନେବେ

ଶୀତଦିନେ ପାଣିପାଗ ଶୁଷ୍କ ରହୁଥିବାରୁ ତ୍ୱଚାରୁ ଆର୍ଦ୍ରତା କମିଯାଏ, ଯାହାଫଳରେ ଚର୍ମ ରୁକ୍ଷ ଏବଂ ନିର୍ଜୀବ ଦେଖାଯାଏ । ଶୀତଦିନେ ତ୍ୱଚାକୁ ସୁସ୍ଥ, କୋମଳ ଏବଂ ଉଜ୍ଜଳ ରଖିବା ପାଇଁ ମଏଶ୍ଚରାଇଜର୍‌ ବ୍ୟବହାର କରିବା ଏବଂ ଶରୀରକୁ ହାଇଡ୍ରେଟ୍‌ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।ଏହି ଦିନରେ ଆପଣ ନିମ୍ନଲିଖିତ ଉପାୟରେ ନିଜ ତ୍ୱଚାର ଯତ୍ନ ନେଇପାରିବେ:

ମନୋରଞ୍ଜନ

ଶାହରୁଖଙ୍କ ଦମଦାର୍ ଲୁକ୍ ଆଉଟ୍

ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ପୁଣିଥରେ ବଡ଼ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ରହିଛନ୍ତି । ୨୦୨୩ରେ ପଠାନ୍ ଓ ଯବାନ୍ ଭଳି ବ୍ଲକ୍ବଷ୍ଟର ଫିଲ୍ମ ଦେଇ ବକ୍ସ ଅଫିସକୁ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ କିଙ୍ଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଆକ୍ସନ୍-ଥ୍ରୀଲର ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଏଥିରେ ଶାହରୁଖଙ୍କ ଦମଦାର ଲୁକ୍ ଦର୍ଶକଙ୍କ ମନକୁ ଛୁଇଁଛି । ନୂଆ ପୋଷ୍ଟରରେ ଶାହରୁଖ ଖାନଙ୍କୁ ଏକ ଧାମାକା

କ୍ରୀଡା

ଅଭିଷେକଙ୍କ ରେକର୍ଡ ବର୍ଷା

ଓ୍ବେଲିଂଟନ୍‌ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର ଲକ୍ଷ୍ୟ ରଖିଥିବା ବେଳେ ଅଭିଷେକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲା। ଉଭୟ ପ୍ରଥମ ଓଭରରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ୬ ଓଭରରେ ଦୁହେଁ ମିଶି ୧୧୮ ରନ ସଂଗ୍ରହ କରିଥିଲେ। ଏହି

ରାଜ୍ୟ

ମୁଖ୍ୟ ଅଦଳବଦଳ ଏବଂ ନୂଆ ନିଯୁକ୍ତିଗୁଡ଼ିକର

ଭୁବନେଶ୍ୱର : ‘ଭାରତୀୟ ପ୍ରଶାସନିକ ସେବା’ (ଆଇଏଏସ) ସ୍ତରରେ ମଙ୍ଗଳବାର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର।ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ ଏଥିସହ ପୋମା ଟୁଡୁଙ୍କୁ କାଜୁ ଉନ୍ନୟନ ନିଗମ ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍‌ ଆରଡିସି। ଏଥିସହ WODC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶୁଭମ ସାକ୍ସେନାଙ୍କୁ BDA ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ଗାଭାଲି ପରାଗ ହର୍ଷଦଙ୍କୁ ମିଳିଲା

ବାଣିଜ୍ୟ

ସେୟାର ବଜାରରେ କିଣାକିଣିର ଜୋର, ୪୮୩ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ନିବେଶକମାନେ ଧାତବ, ସୂଚନା ପ୍ରଯୁକ୍ତି ଓ ଅନ୍ୟ ବଡ଼ କମ୍ପାନିର ସେୟାର ଅଧିକ ମାତ୍ରାରେ କିଣିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ୪୮୩ ପଏଣ୍ଟ ବୃଦ୍ଧି ପାଇ ୭୩,୬୦୬ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୫୩ ପଏଣ୍ଟ ବୃଦ୍ଧି ପାଇ ୨୨,୭୫୩ ପଏଣ୍ଟରେ ବନ୍ଦ ହୋଇଛି। ଆଜି ଆଦାନୀ ପୋର୍ଟସ୍‌, ଇଟରନାଲ୍‌, ଟାଟା ଷ୍ଟିଲ୍‌, ଏୟାରଟେଲ୍‌, ଆଇଟିସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ ଇନ୍‌ଫୋସିସ୍‌ର ସେୟାର ମୂଲ୍ୟ ବଢ଼ିଥିଲା।

ଅପରାଧ

ଜେଲ୍‌ର ସୁରକ୍ଷା ଭାଙ୍ଗି ଫେରାର ହେଲେ ୧୭ କଏଦୀ, ଚାରିଆଡ଼େ ଚାଞ୍ଚଲ୍ୟ

ନୂଆଦିଲ୍ଲୀ: ଜେଲରୁ ୧୭ ଜଣ କଏଦୀ ଫେରାର ହୋଇ ଯାଇଛନ୍ତି। ଏଭଳି ଘଟଣା ତାମିଲନାଡୁର ଥେନି ଜିଲ୍ଲାର ଏକ ସବ-ଜେଲରେ ଘଟିଛି। ସୋମବାର ବିଳମ୍ବିତ ରାତିରେ କଏଦୀମାନେ ଜଣେ ଜେଲ କର୍ମଚାରୀଙ୍କୁ ଆକ୍ରମଣ କରି ଖସି ପଳାଇଥିଲେ। ପୋଲିସ ଅନୁଯାୟୀ, ସମସ୍ତ ୧୭ ଜଣ କଏଦୀ ଗୋଟିଏ କୋଠରୀରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ, ଜଣେ କଏଦୀ ଅସୁସ୍ଥ ଥିବା ନେଇ ଜେଲ କର୍ମଚାରୀମାନଙ୍କୁ ସୂଚନା ଦିଆଯାଇଥିଲା। କର୍ମଚାରୀମାନେ ସେଲରେ ପ୍ରବେଶ କରିବା ସମୟରେ କଏଦୀମାନେ ସେମାନଙ୍କ

ବିଦେଶ

ଇସ୍ରାଏଲ୍‌ରେ ଆଜି ଭୋଟ, କ୍ଷମତା ବଜାୟ ରଖିବେ ନେତାନ୍ୟାହୁ ନା ବଦଳିବ ସରକାର?

ଇସ୍ରାଏଲ୍‌ : ଇସ୍ରାଏଲରେ ଅନୁଷ୍ଠିତ ହେବ ସଂସଦୀୟ ନିର୍ବାଚନ । ଏନେଇ ସାରା ଦେଶରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇସ୍ରାଏଲ୍‌ର ୧୨୦ ଆସନ ବିଶିଷ୍ଟ ସଂସଦୀୟ ନିର୍ବାଚନ ଲାଗି ମୋଟ ୭୩ ଲକ୍ଷ ଯୋଗ୍ୟ ଭୋଟର ଅଛନ୍ତି । ସାରା ଦେଶରେ ୧୨,୦୧୮ଟି ପୋଲିଂ ଷ୍ଟେସନ୍ ଏବଂ ୧୮,୦୦୦ଟି ବାଲଟ୍ ବାକ୍ସ ସ୍ଥାପନ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୧ ଲକ୍ଷ

ରାଜ୍ୟ

ଏକତାର ବାର୍ତ୍ତା ନେଇ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱରରୁ ରାଷ୍ଟ୍ରୀୟ ଏକତା ଦିବସ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ନ୍ୟୁ ରେଳଷ୍ଟେସନରୁ ଏହି ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ଅକ୍ଟୋବର ୩୧ରେ ସର୍ଦ୍ଦାର ଭାଇ ପଟେଲଙ୍କ ୧୫୧ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି । ଏ ଅବସରରେ ଗୁଜରାଟରେ ରାଷ୍ଟ୍ରୀୟ ଏକତା ଦିବସ ପରଡେ ଆୟୋଜିତ ହେବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ

Scroll to Top