odisha24 Live

Latest News

Latest News

ବାତ୍ୟା ଅର୍ଣ୍ଣବର ଦେଖାଗଲାଣି ଆଖି

ଭୁବନେଶ୍ୱର : ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରିଛି। ଏହା ବିଶାଖାପାଟଣାଠାରୁ ୨୬୦ କି.ମି. ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୩୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୩୮୦ କି.ମି. ଦକ୍ଷିଣରେ ରହିଛି।

ଘଣ୍ଟାପ୍ରତି ବେଗ ୧୩ କିଲୋମିଟର । ଗୋପାଳପୁରଠାରୁ ପ୍ରାୟ ୫ ଶହ କିଲୋମିଟର । ବିଶାଖାପାଟଣା ଠାରୁ ପ୍ରାୟ ୫୨୦ କିଲୋମିଟର ଦୂରରେ ରହିଛି ଭୀଷଣ ବାତ୍ୟା । ପାଣିପାଗ ବିଭାଗର ଆକଳନ ଅନୁସାରେ ୨୮ ତାରିଖ ପୂର୍ବାହ୍ନରେ ବାପଟଲା ଓ ବିଶାଖାପାଟଣ । ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ଅର୍ଣ୍ଣବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ । ଝଟକା ପବନ ୧୪୦ କିଲୋମିଟର ଛୁଇଁବାର ଆଶଙ୍କା । ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କଲେ ବି ତାର ପ୍ରଭାବରୁ ମୁକ୍ତ ନୁହେଁ ଓଡିଶା । ବିଶେଷକରି ଦକ୍ଷିଣ ଓଡିଶାରେ ବଡ ବର୍ଷା ଓ ପବନର ଆଶଙ୍କା ଥିବାରୁ ବଢୁଛି ଚିନ୍ତା । ବାତ୍ୟାର ଗତିପଥ ଉପରେ ରହିଛି ତୀକ୍ଷ୍‌ଣ ନଜର । ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଆକ୍ସନ ମୋଡରେ ସରକାର ।

ବର୍ତ୍ତମାନ ସୁଦ୍ଧା ୮ଟି ଏନଡିଆରଏଫ ଟିମ ସହ ୪୦ଟି ଓଡିଆରଏଏଫ ଟିମ ମୁତୟନ ହୋଇଛନ୍ତି। ବିପଦ ସମୟରେ ଲୋକଙ୍କୁ ସୁରକ୍ଷିତ ରଖିବାକୁ ୧୩୫ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ୧୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ,କନ୍ଧମାଳ ସହ ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ରହିଛି ନଜର। ଆବଶ୍ୟକ ପଡିଲେ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବାତ୍ୟା ଅର୍ଣ୍ଣବକୁ ନେଇ ସମୁଦ୍ରରେ ବଢିଲା ସତର୍କତା । ଓଡିଶାର ପ୍ରମୁଖ ଓ ଛୋଟ ବନ୍ଦରଗୁଡିକରେ ଜାରି ହୋଇଛି ବିପଦ ସଙ୍କେତ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଜାରି ହୋଇଛି ପରାମର୍ଶ ।

Share In Social Media
Scroll to Top