odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ବନ୍ୟା ଘେରରେ ମା ଭଟ୍ଟାରିକା

ଭୁବନେଶ୍ୱର : ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି। ମନ୍ଦିରର ଗର୍ଭଗୃହରେ ପାଣି ପଶିଯିବାରୁ ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ସେଠାରେ ନିୟମିତ ଭାବେ ମା’ଙ୍କର ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରୁ ଗେଟ୍

ଦେଶ, ରାଜ୍ୟ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସେମିକନ ସମ୍ମିଳନୀରେ ଯୋଗଦେବେ। ଭାରତକୁ କିପରି ସେମିକଣ୍ଡକ୍ଟର ପାୱାର ହାସ କରାଯାଇପାରିବ ସେନେଇ ଶୀର୍ଷ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଓ ୪ ତାରିଖରେ ଜିଏସଟି କାଉନସିଲର ୫୬ ତମ ବୈଠକରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ

ରାଜ୍ୟ, ସଂସ୍କୃତି

୫ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଅର୍ଥାତ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବେ । ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀ ଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ

ରାଜ୍ୟ

ବିପଦରେ ବୈତରଣୀ ନଦୀ

ଭୁବନେଶ୍ୱର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲାର ଲୋକେ ଜଳଘେରରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତ କରାଯିବା ସହ ସବୁପ୍ରକାର ସ୍ଥିତି ମୁକାବିଲା ପାଇଁ ବିଭାଗୀୟ

ପାଣିପାଗ, ରାଜ୍ୟ

୩ ରାଜ୍ୟରେ ଭୀଷଣ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା। ଦୀଘା ଠାରୁ ୭୦, ବାଲେଶ୍ୱର ଠାରୁ ୧୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଗଭୀର ଅବପାତ। ଏବେ ଏହା ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରୁଛି। ଅପରାହ୍ନ ବେଳକୁ ଏହା ବାଲେଶ୍ୱର ମଧ୍ୟରେ ଅତିକ୍ରମ କରିବ। ଯାହା ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା

ରାଜ୍ୟ

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ଓଡ଼ିଶାର ଏକ ସାଧାରଣ ଗାଁ ଆଜି ସମଗ୍ର ଦେଶ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରକୁ ଦେଶର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ଭାବେ ବିକଶିତ କରିବା ପାଇଁ ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସୂର୍ଯ୍ୟ ଶକ୍ତିକୁ ଆପଣେଇ ମୟୂରଭଞ୍ଜର ପାହାଡ଼ପୁର ଏବେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗାଁର ୭୪ଟି ଘରରେ ସୌର ବ୍ୟବସ୍ଥା ସ୍ଥାପନ ହୋଇସାରିଥିବା ବେଳେ, ଏହା ଭାରତର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ହେବା ଦିଗରେ ଦ୍ରୁତ

ରାଜ୍ୟ, ସଂସ୍କୃତି

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ତାଳବଣିଆ ଓ ଷ୍ଟର୍ଲିଂରେ ଚାରିଚକିଆ ଯାନ ପାଇଁ ପାର୍କିଂ ସୁବିଧା ସହ ୩୦ରୁ ଅଧିକ ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ନେଇ ପୁରୀରେ ବ୍ୟାପକ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ବିପୁଳ ସମାଗମକୁ ଆଖି ଆଗରେ ରଖି ସହରରେ ଯାନବାହନ ଚଳାଚଳକୁ ସୁଚାରୁ

Scroll to Top