odisha24 Live

Latest News

Latest News

୩ ରାଜ୍ୟରେ ଭୀଷଣ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା। ଦୀଘା ଠାରୁ ୭୦, ବାଲେଶ୍ୱର ଠାରୁ ୧୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଗଭୀର ଅବପାତ। ଏବେ ଏହା ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରୁଛି। ଅପରାହ୍ନ ବେଳକୁ ଏହା ବାଲେଶ୍ୱର ମଧ୍ୟରେ ଅତିକ୍ରମ କରିବ। ଯାହା ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
୩ ରାଜ୍ୟରେ ଭୀଷଣ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଏହି ୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।ସେପଟେ ବାକି ୧୨ ଜିଲ୍ଲାରେ ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି। ଆଜି ରାଜ୍ୟରେ ୨୦ ସେମି ପର୍ଯ୍ୟନ୍ତ ଭାରି ବର୍ଷା ହୋଇପାରେ। ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Share In Social Media
Scroll to Top