odisha24 Live

Latest News

Latest News

ଇସ୍ରୋରେ ବଡ଼ ନିଯୁକ୍ତି ସୁଯୋଗ! ୪୦୦ ଅପ୍ରେଣ୍ଟିସ୍ ପଦବି ପାଇଁ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ ଅଧୀନସ୍ଥ ସତୀଶ ଧୱନ ମହାକାଶ କେନ୍ଦ୍ର , ଶ୍ରୀହରିକୋଟା ପକ୍ଷରୁ ଏକ ବଡ଼ଧରଣର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏଇସ୍ରୋରେ ତାଲିମ ନେବାକୁ ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ISRO SDSC SHAR Apprentice -2026 ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୬ ନଭେମ୍ବର ୨୦୨୬ ରହିଛି।

ଇସ୍ରୋ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୋଟ ୪୦୦ଟି ଅପ୍ରେଣ୍ଟିସ୍ ପଦବି ପୂରଣ କରାଯିବ। ବିଭିନ୍ନ ବର୍ଗରେ ପଦବି ସଂଖ୍ୟା ହେଉଛି:

  • ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ୫୦ଟି
  • ନନ୍-ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଅପ୍ରେଣ୍ଟିସ୍: ୬୦ଟି
  • ଟେକ୍ନିସିଆନ୍ ଅପ୍ରେଣ୍ଟିସ୍ (ଡିପ୍ଲୋମା): ୩୫ଟି
  • ଡିପ୍ଲୋମା ଅପ୍ରେଣ୍ଟିସ୍: ୬୦ଟି
  • ଟ୍ରେଡ୍ ଅପ୍ରେଣ୍ଟିସ୍: ୧୮୦ଟି
  • ଭୋକେସନାଲ୍ ଅପ୍ରେଣ୍ଟିସ୍: ୧୫ଟି
Share In Social Media
Scroll to Top