odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

୫ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଅର୍ଥାତ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବେ । ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀ ଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ ଓ ରଙ୍ଗ ଲାଗାଇବାର ଏକ ପ୍ରାଚୀନ ପରମ୍ପରା । ଦତ୍ତ ମହାପାତ୍ର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ସେବା ସମ୍ପନ୍ନ କରନ୍ତି । ଏହା ଶ୍ରୀଜୀଉମାନଙ୍କ ଶ୍ରୀବିଗ୍ରହର ସୌନ୍ଦର୍ଯ୍ୟ ଓ ପବିତ୍ରତା ରକ୍ଷା ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନୀତି । ଅନ୍ୟପଟେ ଗତକାଲି ଶ୍ରୀମନ୍ଦିରରେ ବିଭିନ୍ନ ନୀତିକାନ୍ତି ବିଳମ୍ବରେ ସମ୍ପନ୍ନ ହୋଇଥିବାରୁ ମହାପ୍ରସାଦ ଅବଢା ମଧ୍ୟ ରାତିରେ ବାହାରିଥିଲା । ଆଜି ବନକଲାଗି ନୀତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବା ସହ ଦର୍ଶନ ସମୟକୁ ଧ୍ୟାନରେ ରଖି ମନ୍ଦିରକୁ ଆସିବା ପାଇଁ ଅନୁରୋଧ କରାଯାଇଛି । ରାତି ୧୧ଟା ପରେ ନୀତି ସମାପ୍ତ ହେବା ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top