odisha24 Live

Latest News

Latest News

ଭାରତ ବନାମ ନ୍ୟୁଜିଲାଣ୍ଡ: ବର୍ଷା ପାଇଁ ତୃତୀୟ ଦିନିକିଆ ରଦ୍ଦ

ନୂଆଦିଲ୍ଲୀ : ବର୍ଷା ଯୋଗୁଁଁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ବାତିଲ୍ ହୋଇଛି। ମଙ୍ଗଳବାର ହାମିଲଟନରେ କେବଳ ଟସ୍ ହୋଇଥିଲା। ମ୍ୟାଚଟି ୪୦ ଓଭର ବିଶିଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁଁ ଗୋଟିଏ ବି ବଲ ନ ଖେଳି ମ୍ୟାଚ୍ ବାତିଲ୍ ହୋଇଛି।ଏହା ନିଶ୍ଚିତ ହୋଇଛି ଯେ ଟିମ୍ ଇଣ୍ଡିଆ ଏହି ସିରିଜ୍ ହାରିପାରିବ ନାହିଁ। ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଛି। ଯଦିଓ ନ୍ୟୁଜିଲାଣ୍ଡ ଶେଷ ଦୁଇଟି ମ୍ୟାଚ୍ ଜିତିଥାଏ, ତଥାପି ସିରିଜ୍ ସମାନ ରହିବ।ଭାରତ ଏବଂ ନ୍ୟୁଜିଲାଣ୍ଡ ଏକଦିବସୀୟ କ୍ରିକେଟରେ ବର୍ଷା ଏବଂ ଅନ୍ୟାନ୍ୟ କାରଣରୁ ସର୍ବାଧିକ ଦିନିକିଆ ମ୍ୟାଚ୍ ବାତିଲ୍ ହେବାର ରେକର୍ଡ ରହିଛି। ଭାରତ ଏପର୍ଯ୍ୟନ୍ତ ୧୦୮୬ ଦିନିକିଆ ଖେଳିଛି, ଯାହା ମଧ୍ୟରୁ ୪୪ଟି ବାତିଲ୍ ହୋଇଛି। ନ୍ୟୁଜିଲାଣ୍ଡ ତା’ର ୮୬୦ ଦିନିକିଆ ମଧ୍ୟରୁ ୪୪ଟି ବାତିଲ୍ ହୋଇଛି।

Share In Social Media
Scroll to Top