odisha24 Live

Latest News

Latest News

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ତାଳବଣିଆ ଓ ଷ୍ଟର୍ଲିଂରେ ଚାରିଚକିଆ ଯାନ ପାଇଁ ପାର୍କିଂ ସୁବିଧା ସହ ୩୦ରୁ ଅଧିକ ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି।

ଶ୍ରୀଜିଉଙ୍କ ବାହୁଡା ଯାତ୍ରାକୁ ନେଇ ପୁରୀରେ ବ୍ୟାପକ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ବିପୁଳ ସମାଗମକୁ ଆଖି ଆଗରେ ରଖି ସହରରେ ଯାନବାହନ ଚଳାଚଳକୁ ସୁଚାରୁ ରଖିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ଲାଗୁ କରାଯାଇଛି। ତାଳବଣିଆ ଓ ଷ୍ଟର୍ଲିଂ ଅଞ୍ଚଳରେ ଚାରିଚକିଆ ଯାନ ପାଇଁ ପାର୍କିଂ ସୁବିଧା ଥିବାବେଳେ ସହରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନେ କେଉଁଠାରେ ନିଜ ଗାଡ଼ି ପାର୍କିଂ କରିବେ ଏବଂ ସେଠାରୁ କିପରି ଶ୍ରୀମନ୍ଦିରରେ ପହଞ୍ଚିବେ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Share In Social Media
Scroll to Top