odisha24 Live

Latest News

Latest News

ଓଡ଼ିଶା ପୋଲିସରେ ବମ୍ପର ନିଯୁକ୍ତି: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର:ଓଡ଼ିଶା ପୋଲିସରେ ଯୋଗଦେବା ପାଇଁ ବଡ଼ ସୁଯୋଗ । ୭୨୬୮ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କମ୍ବାଇନ୍‌ଡ ୟୁନିଫର୍ମଡ୍ ସର୍ଭିସେସ୍‌ ଅଧୀନରେ ଅଣ୍ଡର ଗ୍ରାଜୁଏଟ୍‌ ସ୍ତରର ବିଭିନ୍ନ ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ହେବ।

ସୂଚନା ଅନୁସାରେ ପ୍ରଥମ ଥର ପାଇଁ ବିଭିନ୍ନ ପଦବୀର ଆଶାୟୀମାନେ ଗୋଟିଏ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବେ। ଏହାଦ୍ୱାରା ଚାକିରି ଆଶାୟୀଙ୍କ ପାଇଁ ଏକକ ପରୀକ୍ଷା ମାଧ୍ୟମରେ ଏକାଧିକ ପଦବୀର ସୁଯୋଗ ମିଳିପାରେ।

ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଉପରୋକ୍ତ ପଦବିଗୁଡ଼ିକ ପାଇଁ ୨୦୨୬ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୫ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୋଲିସ ଚାକିରି ପାଇଁ ପ୍ରସ୍ତୁତି ଜାରି ରଖିଥିବା ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏହି ପଦବିଗୁଡ଼ିକର ଆବେଦନ ଶୁଳ୍କ ୨୦୨୬ ନଭେମ୍ବର ୧୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଦେୟ ଦେଇପାରିବେ।

Share In Social Media
Scroll to Top