odisha24 Live

Latest News

Latest News

Author name: RatnaManjari Mohanty

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ହଠାତ୍ ଧନଲାଭର ସୁଯୋଗ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି କିମ୍ବା ଇଚ୍ଛାନୁସାରେ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ବୈବାହିକ ଜୀବନ ମଧ୍ୟ ଭଲ ରହିବ । ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦ ହୋଇପାରେ

ବିଦେଶ

ପ୍ରଚଣ୍ଡ ପ୍ରହାରରେ ଥରିଲା ୟୁକ୍ରେନ

ୟୁକ୍ରେନ : ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ ରୁଷିଆ ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଗୋଦାମ ଘରେ ଶକ୍ତିଶାଳୀ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ସହ ଘଟି ଅନ୍ତତଃ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଏହି ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି

ଜୀବନଶୈଳୀ

କଳାଜିରା ଖାଉଛନ୍ତି କି ! କ’ଣ ରହିଛି ଫାଇଦା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା ବହୁ ଲାଭଦାୟକ। ଅଳ୍ପ କିଛି କଳା ଜିରାକୁ ଭାଜି ତାହାକୁ କପଡ଼ାରେ ବାନ୍ଧି ଶୁଙ୍ଘିଲେ ଏସବୁ ସମସ୍ୟା ଦୂର ହୋଇଥାଏ।୨. କଳାଜିରା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ମାଇକ୍ରୋବିୟଲ ନାମକ ଏକ

Top Stories, ବାଣିଜ୍ୟ

ସୁନା ଦରରେ ଆସିବ ବଡ଼ ପରିବର୍ତ୍ତନ

ମୁମ୍ବାଇ : ସୁନା କିଣୁଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘରୋଇ ସୁନା ବଜାରରେ ଶୁକ୍ରବାର ଦିନ ସୁନା ଏବଂ ରୂପା ଦରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୩,୩୦୦ ଟଙ୍କା ପର୍ଯ୍ୟନ୍ତ ଖସିଥିବା ବେଳେ ରୂପା ଦର କିଲୋଗ୍ରାମ ପ୍ରତି ୫,୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୨୪୦

ବାଣିଜ୍ୟ

ମହଙ୍ଗା ହେଲା ସିଏନଜି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ,

Trending Stories, ଦେଶ

ବନ୍ୟାର ତାଣ୍ଡବରେ ବୁଡ଼ିଲା ନେପାଳ

ନେପାଳ : ନେପାଳର ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ସନ୍ଧାନ ଦଳ ନଦୀର ଜଳ ପ୍ରବାହ ଦ୍ୱାରା ତଳମୁଣ୍ଡରେ ବୋହିଯାଇଥିବା ମୃତଦେହଗୁଡ଼ିକୁ ଉଦ୍ଧାର କରିବା ଜାରି ରଖିଛି। ନେପାଳ ପୋଲିସ ନିଶ୍ଚିତ କରିଛି ଯେ ସେମାନେ ଚିତୱାନରେ ୨୩୩ ଏବଂ ନବଲପରାସୀ ପୂର୍ବରେ ୧୫୮ ସମେତ ୬୧୬ ମୃତଦେହ ଉଦ୍ଧାର କରିଛନ୍ତି। ଯାହା ଏହି ଅଞ୍ଚଳଗୁଡ଼ିକୁ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରିଛି। ହିମାଳୟରୁ ଉତ୍ପନ୍ନ ହେଉଥିବା ପ୍ରମୁଖ

ରାଜ୍ୟ, Top Stories

୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତା ସୋମବାର ଅଗଷ୍ଟ ୩୧ ତାରିଖରେ ମାନ୍ୟବର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତା-୩୧.୦୮.୨୦୨୬ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ଯମ ଜରିଆରେ ଜଣାଇଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ

କ୍ରୀଡା

ସେପ୍ଟେମ୍ବର ୧୮ରୁ ଜମିବ ଓଡ଼ିଶା କ୍ରିକେଟର ମହାମୁକାବିଲା

କଟକ : ଓଡ଼ିଶା ଟି-୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୮ରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ୧୦ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନେଇ ପ୍ରାୟ ୬ଟି ଫ୍ରାଞ୍ଚାଇଜି ଭାଗ ନେବେ। ଲିଗ୍‌ର ସମସ୍ତ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ମଧ୍ୟ ଖେଳାଯାଇଛି। ଏହି ଲିଗ୍‌ରେ

ମନୋରଞ୍ଜନ

ତାପସୀଙ୍କ ସପ୍ନ

ଚେନ୍ନାଇ : ଦକ୍ଷିଣ ଭାରତୀୟ ସିନେମା ଜଗତର ଜଣଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ଯିଏ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ର ବେଶ ନାମ କରିଛନ୍ତି । ଆଜିକାଲି ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଗାନ୍ଧାରୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ କ୍ୟାରିଅରରେ ସେ ଅନେକ ମହିଳା-କୈନ୍ଦ୍ରିକ ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମ ‘ଗାନ୍ଧାରୀ’ ଜଣେ ମାଆଙ୍କ ସଂଘର୍ଷ ଉପରେ କେନ୍ଦ୍ରିତ।ତାପସୀ କୁହନ୍ତି, ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମସ୍ତେ ନିଜ ଆରାମଦାୟକ କ୍ଷେତ୍ରକୁ ଫେରି ଯାଉଛନ୍ତି ଏବଂ

ଅପରାଧ

ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ

କଟକ : ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିବ।ବିଜୁ ପଟ୍ଟନାୟକ ପାର୍କର ସୌନ୍ଦର୍ଯ୍ୟକରଣ ଓ ମୌଳିକ ସୁବିଧା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଶନିବାର କଟକ ମହାନଗର ନିଗମ (ସିଏମ୍‌ସି) କମିଶନର ହାଇକୋର୍ଟରେ ନିଜ ପକ୍ଷ ରଖିଥିଲେ। ପାର୍କରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ସମ୍ପର୍କରେ

Scroll to Top