odisha24 Live

Latest News

Latest News

ମହଙ୍ଗା ହେଲା ସିଏନଜି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ମହଙ୍ଗା ହେଲା ସିଏନଜି। କେଜି ପ୍ରତି ୩ ଟଙ୍କା ୮୯ ପଇସା ମହଙ୍ଗା ହୋଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ୍‌ (ଆଇଜିଏଲ) ପକ୍ଷରୁ ଏହି ଦର ବୃଦ୍ଧି ହୋଇଛି। ନୂଆ ଦର ଆଜିଠୁ ଲାଗୁ ହୋଇଛି। ଏହି ନୂଆ ଦର ଆଜି ସକାଳ ୬ଟାରୁ ଲାଗୁ ହୋଇଛି।ଦର ବୃଦ୍ଧି ପରେ ଦିଲ୍ଲୀରେ CNG ମୂଲ୍ୟ କେଜି ପ୍ରତି ୮୩.୦୯ ଟଙ୍କାରୁ ବଢ଼ି ୮୬.୯୮ ଟଙ୍କା ହୋଇଛି। ଏହାର ପ୍ରଭାବ କେବଳ ଦିଲ୍ଲୀରେ ନୁହେଁ, ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପଡ଼ିଛି। ଗୁରୁଗ୍ରାମରେ CNG ଦର ୯୨.୦୧ ଟଙ୍କା, ଗାଜିଆବାଦରେ ୯୫.୫୯ ଟଙ୍କା ଏବଂ ମେରଠରେ ୯୫.୪୭ ଟଙ୍କା ପ୍ରତି କେଜି ହୋଇଛି।
ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ଏବଂ ଅନ୍ତର୍ଜାତୀୟ ବଜାରରେ ଏଲଏନଜି ମୂଲ୍ୟରେ ତୀବ୍ର ବୃଦ୍ଧି ଏବେ ସିଏନଜି ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଭୂ-ରାଜନୈତିକ ସଙ୍କଟ ଯୋଗୁଁ ଗ୍ୟାସ୍‌ ଯୋଗାଣ ଓ ପରିବହନ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହୋଇଛି।
ବିଶେଷକରି ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ଦେଇ ଏନର୍ଜି କାର୍ଗୋ ପରିବହନରେ ବାଧା ଓ ଅନିଶ୍ଚିତତା ଅନ୍ତର୍ଜାତୀୟ ଏଲଏନଜି ବଜାରକୁ ପ୍ରଭାବିତ କରିଛି। ଏହା ସହିତ ୟୁରୋପରେ ଶୀତ ଋତୁ ପୂର୍ବରୁ ଗ୍ୟାସ ମହଜୁଦ ବଢ଼ାଇବାକୁ ଚାହିଦା ବଢୁଛି। ଯାହା ଅନ୍ତର୍ଜାତୀୟ ଏଲଏନଜି ମୂଲ୍ୟ ଉପରେ ପ୍ରଭାବ ପକାଇଛି।

Share In Social Media
Scroll to Top