odisha24 Live

Latest News

Latest News

ପ୍ରଚଣ୍ଡ ପ୍ରହାରରେ ଥରିଲା ୟୁକ୍ରେନ

ୟୁକ୍ରେନ : ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ ରୁଷିଆ ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଗୋଦାମ ଘରେ ଶକ୍ତିଶାଳୀ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ସହ ଘଟି ଅନ୍ତତଃ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଏହି ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବଂ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିୟମ ଅନୁଯାୟୀ ଜନବସତି ନିକଟରେ ଗୋଳାବାରୁଦ ଗଚ୍ଛିତ ରଖିବା ନିଷିଦ୍ଧ ହୋଇଥିବାରୁ ଏହି ଘଟଣାରେ ଅପରାଧିକ ଅବହେଳା ନେଇ ୟୁକ୍ରେନ ସୁରକ୍ଷା ସେବା ତଦନ୍ତ ଆରମ୍ଭ କରିଛି। ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।
ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଧ୍ୱଂସାବଶେଷ ତଳୁ ମୃତଦେହ ଗୁଡ଼ିକୁ ବାହାର କରିବା ପାଇଁ ଲଗାତାର ଉଦ୍ୟମ ଜାରି ରଖିଛନ୍ତି। ନିଖୋଜ ଥିବା ଲୋକଙ୍କର ସନ୍ଧାନ ପାଇଁ ସ୍ୱତନ୍ତ୍ର ସ୍ନିଫର ଡଗ୍ ଏବଂ ଡ୍ରୋନ୍‌ ସାହାଯ୍ୟରେ ସର୍ଚ୍ଚ ଅପରେସନ୍ ତୀବ୍ର କରାଯାଇଛି।

Share In Social Media
Scroll to Top