odisha24 Live

Latest News

Latest News

ଉଛୁଳିଲା ଷ୍ଟକ୍ ବଜାର

ମୁମ୍ବାଇ : ସେନସେକ୍ସ ୧୩ ଶହ ଅଙ୍କ ବୃଦ୍ଧି ପାଇଥିବା ବେଳେ ନିଫ୍ଟି ୩୫୦ ଅଙ୍କ ବଢ଼ିଛି । ୧୦ମାସରେ ବଜାର ୧୬ ପ୍ରତିଶତ ଖସିଥିବା ବେଳେ ଗୋଟିଏ ମାସରେ ଏହାର ଭରଣା ହୋଇଯାଇଛି ।

ଆଜି ସେନସେକ୍ସ ୧.୬୫% ବୃଦ୍ଧି ପାଇ ୮୨ ହଜାର ୪୦୦ ଉପରେ କାରବାର କରୁଛି । ଏହା ଫଳରେ ନିବେଶକଙ୍କ ସମ୍ପତ୍ତିରେ ଆଜି ଗୋଟିଏ ଦିନରେ ଯୋଡି ହୋଇଛି ୬ ଲକ୍ଷ କୋଟି ଟଙ୍କାରୁ ଅଧିକ । ସେହିପରି ନିଫ୍ଟି ମଧ୍ୟ ୩୫୦ପଏଣ୍ଟ ବୃଦ୍ଧି ପାଇ ୨୫ ହଜାର ୪ଶହ ଉପରେ କାରବାର କରୁଛି। ବ୍ୟାଙ୍କିଙ୍ଗ୍ ଏବଂ ଅଟୋ ଷ୍ଟକ୍ କୁ ସର୍ବାଧିକ ଫାଇଦା ମିଳିଛି।

ଚଳିତ ବର୍ଷ ଜାନୁଆରୀ ୧ ରେ ୮୫ ହଜାର ୧୮୮ରେ ଶୀର୍ଷରେ ପହଞ୍ଚିଥିଲା ଷ୍ଟକ ମାର୍କେଟ୍। ଏହା ପରେ ବଜାରରେ ନିମ୍ନଗାମୀ ଧାରା ଆରମ୍ଭ ହୋଇଥିଲା, ଅକ୍ଟୋବର ୧ରେ ବର୍ଷର ସର୍ବନିମ୍ନ ସ୍ତର ୭୧ ହଜାର ୨୯୨ରେ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ, ବଜାର ୧୬% ହ୍ରାସ ପାଇଥିଲା। ଏହାପରେ ବଜାର ପୁଣି ଉପରମୁହାଁ ହୋଇଥିଲା । ସେନସେକ୍ସ ୧୫% ବୃଦ୍ଧି ପାଇ ୮୨ ହଜାର ୫୨୦ରେ ପହଞ୍ଚିଛି, ଯାହା ପୂର୍ବ ୧୦ ମାସରେ ହୋଇଥିବା କ୍ଷତିକୁ ପ୍ରାୟ ପୂରଣ କରିଛି।

Share In Social Media
Scroll to Top